ଜିରୋ ଫାଟାଲିଟି ଲକ୍ଷ୍ୟରେ ନୂଆ ରୋଡ୍ ସେଫ୍ଟି ନୀତି ଗ୍ରହଣ କରିବେ ରାଜ୍ୟ ସରକାର

ଭୁବନେଶ୍ୱର,୦୬/୦୮: କମିବ ଦୁର୍ଘଟଣା, ଦୁର୍ଘଟଣା ହେଲେ ବି ଜୀବନ ବଞ୍ଚିଯିବ । ‘ଜିରୋ ଫାଟାଲିଟି’ ଲକ୍ଷ୍ୟରେ ନୂଆ ରୋଡ୍ ସେଫ୍ଟି ନୀତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ବ୍ରହ୍ମପୁର ସମେତ ୩ ସହରରେ ହେବ ବୈଷୟିକ କର୍ମଶାଳା ।ସଡ଼କ ଦୁର୍ଘଟଣାକୁ ସମ୍ପୂର୍ଣ୍ଣ ରୋକିବା ସବୁବେଳେ ସମ୍ଭବ ନୁହେଁ । କିନ୍ତୁ ଦୁର୍ଘଟଣା ଘଟିଲେ ମଧ୍ୟ ଯେପରି ଜୀବନହାନି ନ ହୁଏ, ସେଭଳି ସଡ଼କ ନିର୍ମାଣ ଦିଗରେ ଓଡ଼ିଶା ସରକାର ଏବେ ପଦକ୍ଷେପ ନେଉଛନ୍ତି । ଦୁର୍ଘଟଣାର ପ୍ରଭାବକୁ କମାଇପାରୁଥିବା ଏବଂ ଦୁର୍ଘଟଣା ପରେ ତୁରନ୍ତ ଜୀବନରକ୍ଷା ସହାୟତା ମିଳିପାରୁଥିବା ସଡ଼କ ବ୍ୟବସ୍ଥା ଗଢ଼ି ତୋଳିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଅଗଷ୍ଟ ଶେଷ ସପ୍ତାହରେ ଏକ ରାଜ୍ୟସ୍ତରୀୟ ବୈଷୟିକ କର୍ମଶାଳା ଆୟୋଜନ କରାଯିବ । ଏହାପରେ ବ୍ରହ୍ମପୁର, ରାଉରକେଲା କିମ୍ବା ସମ୍ବଲପୁର ଏବଂ କଟକରେ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *