କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ‘ବିଶ୍ୱ ଆଥ୍‌ଲେଟିକ୍ସ କଣ୍ଟିନେଣ୍ଟାଲ୍‌ ଟୁର୍‌ ସିଲଭର୍‌ ଲେବଲ୍‌ ମିଟ୍’ ଆୟୋଜିତ

ଭୁବନେଶ୍ୱର,୧୧/୦୮: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଚଳିତ ମାସ ୨୨ ତାରିଖରେ ପ୍ରଥମ ଥର ପାଇଁ ‘ବିଶ୍ୱ ଆଥ୍‌ଲେଟିକ୍ସ କଣ୍ଟିନେଣ୍ଟାଲ୍‌ ଟୁର୍‌ ସିଲଭର୍‌ ଲେବଲ୍‌ ମିଟ୍’ ଆୟୋଜିତ ହେବାକୁ ଯାଉଛି । ଏହି ଦିନିକିଆ ପ୍ରତିଯୋଗିତା ପାଇଁ ବିଶ୍ୱ ଦୌଡ଼କୁଦ ସଂସ୍ଥା ସୋମବାର ୧୮ଟି ଇଭେଣ୍ଟ୍‌ ଘୋଷଣା କରିଛି । ପୁରୁଷ ଓ ମହିଳା ବିଭାଗରେ ୯ଟି ଲେଖାଏଁ ଇଭେଣ୍ଟ୍‌ ଅନୁଷ୍ଠିତ ହେବ । ପୁରୁଷ ବର୍ଗରେ ୧୦୦, ୪୦୦, ୮୦୦, ୫୦୦୦ ମିଟର ଦୌଡ଼, ୧୧୦ ମିଟର ବାଧାଦୌଡ଼, ଉଚ୍ଚଡିଆଁ, ଲମ୍ବଡିଆଁ, ସଟ୍‌ପୁଟ୍‌ ଏବଂ ଜାଭ୍‌ଲିନ୍‌ ରହିଛି । ସେହିପରି ମହିଳା ବର୍ଗରେ ସଟ୍‌ପୁଟ୍‌ ବଦଳରେ ଡିସ୍‌କସ୍‌ ଥ୍ରୋ ସମେତ ଅନ୍ୟ ସମସ୍ତ ୮ଟି ସମାନ ଇଭେଣ୍ଟ୍‌ ରହିଛି । ସିଲଭର୍‌ ଲେବଲ୍‌ ମିଟ୍‌ରେ ଭାଗ ନେଲେ ଖେଳାଳିଙ୍କୁ ‘ବି’ ବର୍ଗର ରାଙ୍କିଂ ପଏଣ୍ଟ୍‌ ମିଳିବ । ଏହି ପ୍ରତିଯୋଗିତା ପାଇଁ ମୋଟ ପୁରସ୍କାର ରାଶି ୭୫,୦୦୦ ଡଲାର (ପ୍ରାୟ ୭୨ ଲକ୍ଷ ଟଙ୍କା) ଧାର୍ଯ୍ୟ କରାଯାଇଛି, ଯାହା ଗତବର୍ଷର ବ୍ରୋଞ୍ଜ ମିଟ୍‌ (୨୪ ଲକ୍ଷ ଟଙ୍କା) ତୁଳନାରେ ଯଥେଷ୍ଟ ଅଧିକ ।

Leave a Reply

Your email address will not be published. Required fields are marked *