ସୁନ୍ଦରଗଡ଼ରେ ବଡ଼ ଭିଜିଲାନ୍ସ ଚଢ଼ାଉ, ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଭୁବନେଶ୍ୱର,୦୯/୧୦: ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ସୁନ୍ଦରଗଡ଼ରେ ବଡ଼ ଭିଜିଲାନ୍ସ ଚଢ଼ାଉ ହୋଇଛି। ପ୍ରକଳ୍ପ ନିର୍ଦ୍ଦେଶକ ଜଳବିଭାଜିକା ଓ ଉପ ନିର୍ଦେଶକ, ମୃତ୍ତିକା ସଂରକ୍ଷଣ ପ୍ରସନ୍ନ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ସୁନ୍ଦରଗଡ଼ ଆବାସିକ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଅଫିସ, ପୈତୃକ ବାସଭବନ ସହିତ ଭୁନନେଶ୍ୱରରେ ରଖିଥିବା ୩ଟି ଫ୍ଲାଟରେ ଏକାସାଙ୍ଗରେ ଚଢ଼ାଉ କରୁଛି ଭିଜିଲାନ୍ସର ବିଭିନ୍ନ ଟିମ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାକୁ ନେଇ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *