ନୂଆଦିଲ୍ଲୀ,୦୮/୦୮: ୟୁପିଆଇକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ସ୍ପଷ୍ଟୀକରଣ । ୟୁପିଆଇରେ ଟଙ୍କା ନେଣଦେଣ ପାଇଁ ସାଧାରଣ ୟୁଜରଙ୍କୁ ଦେବାକୁ ପଡ଼ିବନି କୌଣସି ଶୁଳ୍କ । ଲୋକସଭାରେ ୟୁପିଆଇ ସଂପର୍କିତ ବିଲ୍ ପାରିତ ହେବା ପରେ, ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ବିଲ୍ ସଂଶୋଧନ ହେଲେ ୟୁପିଆଇରେ ଟଙ୍କା ନେଣଦେଣ କଲେ ସେଥିପାଇଁ ଶୁଳ୍କ ଦେବାକୁ ପଡ଼ିବ କି ବୋଲି ଲୋକଙ୍କ ମଧ୍ୟରେ ଶଙ୍କା ଦେଖାଦେଇଛି । ତେବେ ଏହାକୁ ନେଇ ପ୍ରେସ୍ ବିବୃତି ଜରିଆରେ ସ୍ପଷ୍ଟୀକରଣ ରଖିଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ । କେବଳ କିଛି ମର୍ଚ୍ଚାଣ୍ଟ ବା ବେପାରୀମାନଙ୍କୁ ଅତି ସ୍ୱଳ୍ପ ଏମ୍ଡିଆର୍ ଶୁଳ୍କ ଦେବାକୁ ପଡ଼ିବ। କେବଳ ସୀମିତ ବର୍ଗର ମର୍ଚ୍ଚାଣ୍ଟ ଟ୍ରାଞ୍ଜାକ୍ସନ ପାଇଁ ଏହି ଶୁଳ୍କ ଲାଗୁ ହେବ। ସେମାନଙ୍କୁ ଡେବିଟ୍ ଓ କ୍ରେଡିଟ୍ କାର୍ଡ ଏମ୍ଡିଆର୍ ଠୁ ବି ବହୁ କମ୍ ଶୁଳ୍ପ ଦେବାକୁ ପଡ଼ିବ।