ତିଖିରି ସରପଞ୍ଚ ଚାମେଲି ଓଝା କଲେ ସାଙ୍ଘାତିକ ଖୁଲାସା, ଏତଲାରେ ନାଁ ନଥିବା ଲୋକକୁ ଗିରଫ କରିଥିଲା ପୋଲିସ

ଭୁବନେଶ୍ୱର,୧୬/୦୬: କେନ୍ଦ୍ରାପଡା ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବବ୍ୟହାର ଘଟଣା ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଘଟଣାରେ ମହାକାଳପଡ଼ା ପୋଲିସ୍‌ ଯାହାକୁ ଗିରଫ କରିଛି, ତାଙ୍କ ନାମ ଏଫ୍‌ଆଇଆର୍‌ରେ ନଥିଲା ବୋଲି ଦାବି କରିଛନ୍ତି ଚାମେଲି ଓଝା । ପୋଲିସ ନିର୍ଦ୍ଦୋଷଙ୍କୁ ଛାଡ଼ି ଯେଉଁମାନେ ମୁଖ୍ୟ ଅଭିଯୁକ୍ତି ସେମାନଙ୍କୁ ଗରିଫ କରିବାକୁ ଚାମେଲି ଦାବି କରିଛନ୍ତି। ଏବେ ବି ଚାମେଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ମେଡିକାଲ୍‌ରେ ଯାଇ ଭେଟିଛନ୍ତି ବିଜେପି ନେତ୍ରୀ ଅର୍ଚ୍ଚନା ନାୟକ। ଶୀଘ୍ର ଚାମେଲିଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ସେପଟେ ଚାମେଲି ଓ ତାଙ୍କର ଭାଇଙ୍କ ନିକଟରୁ ଜବତ ମୋବାଇଲ ଫୋନ ତାଙ୍କ ବାପାଙ୍କୁ ହସ୍ତାନ୍ତର କରିଛି ପୋଲିସ।

ଅନ୍ୟପଟେ କେନ୍ଦ୍ରାପଡ଼ା ମହାକାଳପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ଜାମିନ। ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗ ମାମଲାରେ ଜାମିନ୍‌ ଦେଲେ ଏସଡିଜେଏମ୍ କୋର୍ଟ। ତାଙ୍କ ବିରୋଧରେ ପୁଲିସକୁ ଆକ୍ରମଣ କରିବା, ଆଙ୍ଗୁଠି କାମୁଡ଼ି ଦେବା ନେଇ ମାମଲା ରୁଜୁ କରିଥିଲେ ମହାକାଳପଡ଼ା ଏସ୍‌ଆଇ ତପସ୍ବିନୀ ବିଶ୍ବାଳ। ଏହି ମାମଲାରେ ଚାମେଲିଙ୍କ ଭାଇଙ୍କୁ ଗିରଫ କରାଯାଇଥିଲା। ଚାମେଲିଙ୍କୁ ବି ଗିରଫ କରାଯାଇଥିବାବେଳେ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ସେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।