ଭୁବନେଶ୍ୱର, ୨୧/୧୦: ଆଜି ପବିତ୍ର ବିଜୟାଦଶମୀ, ଅସତ୍ୟ ଉପରେ ସତ୍ୟର ବିଜୟକୁ ନେଇ ଏ ମହାପର୍ବ । ମହାମାୟୀ ମା’ ଦୁର୍ଗା ଆଜିର ଦିନରେ ମହିଷାସୁରକୁ ବଧ କରି ଧରାଧାମକୁ ପାପଭାରରୁ ମୁକ୍ତି କରିଥିଲେ । ଯାହାକୁ ନେଇ ବିଜୟାଦଶମୀରେ ବିଜୟ ଉତ୍ସବ ପାଳନ କରାଯାଇଥିଲା ।ପୂଜା ମଣ୍ଡପରୁ ନେଇ ଚତୁର୍ଦିଗ ବେଦ, ମନ୍ତ୍ର, ଶଙ୍ଖ ନାଦ ଓ ଘଣ୍ଟା ଘଣ୍ଟାରେ କମ୍ପୁଛି । ସୋମବାର ଶକ୍ତିପୀଠଗୁଡିକରେ ଜଗତଜନନୀ ମା’ ଦୁର୍ଗାଙ୍କର ଦଶମୀପୂଜା ହୋଇଥିବା ବେଳେ ଆଜି ମଣ୍ଡପ ଗୁଡିକରେ ଦଶମୀପୂଜା ଆରମ୍ଭ ହୋଇଯାଇଛି । ଏହିକ୍ରମରେ ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେବ ବିଜୟାଦଶମୀ ନୀତି। ସୁନାବେଶ ବା ରାଜରାଜଶ୍ୱେର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୂର୍ଦ୍ଧାମୂର୍ତ୍ତି ।