ନୂଆଦିଲ୍ଲୀ,୧୩/୦୬: ଶୀର୍ଷ କେନ୍ଦ୍ରୀୟ ପଦବୀ ପାଇଁ ଓଡ଼ିଶା କ୍ୟାଡରର ଦୁଇ ଆଇପିଏସ୍ ଅଧିକାରୀ ଚୟନ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି ‘ଆପଏଣ୍ଟମେଣ୍ଟସ୍ କମିଟି ଅଫ୍ ଦ କ୍ୟାବିନେଟ(ଏସିସି) ଦେଶର ୩୩ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଡାଇରେକ୍ଟର ଜେନେରାଲ୍ (ଡିଜି) ଓ ଡିଜି ସମକକ୍ଷ ପଦବୀ ପାଇଁ ଚୟନ କରିଛନ୍ତି। ଏଥିରେ ଓଡ଼ିଶା କ୍ୟାଡରର ଦୁଇ ଜଣ ବରିଷ୍ଠ ଅଧିକାରୀ ସ୍ଥାନ ପାଇଛନ୍ତି। ଏମ୍ପାନେଲ୍ ହୋଇଥିବା ଅଧିକାରୀଙ୍କ ମଧ୍ୟରୁ ଓଡ଼ିଶା କ୍ୟାଡର ଅଧିକାରୀ ୧୯୯୦ ବ୍ୟାଚ୍ର ଡଃ ସୁଧାଂଶୁ ଷଡ଼ଙ୍ଗୀ ପ୍ରଥମ ସ୍ଥାନରେ ଅଛନ୍ତି। ସେହିପରି ୧୯୯୫ ବ୍ୟାଚ୍ର ପିଏସ୍. ରଣପିସେଙ୍କ ମଧ୍ୟ ଚୟନ କରାଯାଇଛି ।