ଅଗଷ୍ଟ ୨୭ ନୁହେଁ, ଅଗଷ୍ଟ ୨୮ ତାରିଖରେ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୧/୦୮: ଅଗଷ୍ଟ ୨୭ ନୁହେଁ, ଅଗଷ୍ଟ ୨୮ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ରାକ୍ଷୀପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳା ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି । ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଥର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ହିତାଧିକାରୀଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯିବ । ଅର୍ଥାତ୍, ଯେଉଁ ମହିଳାମାନେ ଏହି କିସ୍ତି ପାଇବାକୁ ଯୋଗ୍ୟ, ସେମାନଙ୍କ ଆକାଉଣ୍ଟକୁ ରକ୍ଷାବନ୍ଧନ ଦିନ ଅର୍ଥରାଶି ପଠାଯିବ ।ସବୁଠାରୁ ବଡ଼ କଥା ହେଉଛି, ଏଥର ୨ ଲକ୍ଷ ୨୧ ହଜାର ୫୪ ଜଣ ହିତାଧିକାରୀ ପ୍ରଥମ ଥର ପାଇଁ ସୁଭଦ୍ରା ଟଙ୍କା ପାଇବେ । ଅର୍ଥାତ୍, ପୂର୍ବରୁ ଯେଉଁମାନେ ଟଙ୍କା ପାଇନଥିଲେ, ଯାଞ୍ଚ ପରେ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କୁ ଏଥର ସାମିଲ କରାଯାଇଛି । ଆଉ ଯେଉଁ ହିତାଧିକାରୀଙ୍କର ଏକାଧିକ କିସ୍ତି ବାକି ରହିଛି, ସେମାନଙ୍କୁ ମଧ୍ୟ ଫିଲ୍ଡ ଯାଞ୍ଚ ପରେ ବକେୟା ସମସ୍ତ କିସ୍ତି ମିଳିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *