ନୂଆଦିଲ୍ଲୀ,୨୫/୦୮: ପାଟନାରେ ଜୋରଦାର ହୋଇଛି ଛାତ୍ର ଆନ୍ଦୋଳନ। ଛାତ୍ରମାନେ ଗାନ୍ଧୀ ମଇଦାନରୁ ଲୋକଭବନ ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯିବା ବେଳେ ପୋଲିସ ସହିତ ମୁହାଁମୁହିଁ ହୋଇଥିଲେ। ପୋଲିସର ପାଣିମାଡ଼ ଓ ଲାଠିମାଡ଼ରେ କିଛି ଛାତ୍ର ଆହତ ହୋଇଛନ୍ତି। ବିରୋଧୀ ଏହାକୁ ସମାଲୋଚନା କରିଥିବା ବେଳେ ସରକାର ପ୍ରତିକ୍ରିୟା ରଖିଛନ୍ତି। ବିହାର ପବ୍ଲିକ୍ ସର୍ଭିସ୍ କମିସନ ପରୀକ୍ଷାରେ ପରିବର୍ତ୍ତନ ଦାବି କରି ପାଟନାରେ ଶୋଭାଯାତ୍ରା ବେଳେ ପୋଲିସ ଓ ଛାତ୍ରଙ୍କ ମଧ୍ୟରେ ମୁହାଁମହିଁ ପରିସ୍ଥିତି ସୃଷ୍ଟି ହୋଇଛି । ପାଟନା ଗାନ୍ଧୀ ମଇଦାନରୁ ଛାତ୍ରମାନେ ଶୋଭାଯାତ୍ରା କରୁଥିଲେ। ପୋଲିସ ରାସ୍ତା ଅବରୋଧ କରିବା ସତ୍ତ୍ୱେ ବ୍ୟାରିକେଡ୍ ଭାଙ୍ଗି ଯାଉଥିଲେ ଛାତ୍ର । ପୋଲିସ ଓ ଛାତ୍ରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଛାତ୍ରମାନେ ନିଷିଦ୍ଧାଞ୍ଚଳ ଆଡ଼କୁ ବଢ଼ୁଥିବା ବେଳେ ପୋଲିସ ଅଟକାଇବାକୁ ଚେଷ୍ଟା କରି ପାଣିମାଡ଼ କରିବା ସହ ଲାଠିଚାର୍ଜ କରିଥିଲା। କିଛି ଛାତ୍ର ଆହତ ହୋଇଛନ୍ତି।