ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ସ୍ବାଇଁ ହତ୍ୟା ମାମଲା, ଦୁଇ ଦିନ ରିମାଣ୍ଡରେ ଆସିଲେ ତିନି ଅଭିଯୁକ୍ତ

ଭୁବନେଶ୍ୱର,୧/୦୭: ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ସ୍ବାଇଁ ହତ୍ୟା ମାମଲାରେ ଧରାପଡିବ ସତ । ଦୁଇ ଦିନ ରିମାଣ୍ଡରେ ଆସିଲେ ତିନି ଅଭିଯୁକ୍ତ । ପୋଲିସ ଦ୍ବାରା ଗିରଫ ହୋଇଥିବା ୧୧ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣ ଅଭିଯୁକ୍ତଙ୍କୁ ଦୁଇଦିନ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଲେ ଏସ୍‌ଡେଜେଏମ୍ କୋର୍ଟ । ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଆଦାୟ ଲାଗି ସେମାନଙ୍କୁ ଅଣାଯାଇଛି । ରିମାଣ୍ଡରେ ଆସିଥିବା ଅଭିଯୁକ୍ତମାନେ ହେଲେ ସ୍କାଇଲାବ୍ ପତି, ବିସ୍ମୟ ମହାନ୍ତି ଓ ପଞ୍ଚାନନ ବଡ଼ଜେନା । ପୂର୍ବରୁ ଏମାନଙ୍କୁ ମିଶାଇ ୧୧ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସୌମ୍ୟଙ୍କୁ ପିଟି ପିଟି ହତ୍ୟା ମାମଲାରେ ଆଉ କାହାର ସଂପୃକ୍ତି ଅଛି ସେମାନଙ୍କୁ ଚିହ୍ନଟ ପାଇଁ ରିମାଣ୍ଡରେ ଅଣାଯାଇଛି । ସୂଚନାଯୋଗ୍ୟ, ସୌମ୍ୟ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ୨୦ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏବେବି ଆଉ କିଛି ଅଭିଯୁକ୍ତ ଫେରାର ରହିଛନ୍ତି ।

Leave a Reply

Your email address will not be published. Required fields are marked *