ମହାକାଶରେ ଦେଖାଦେଇଛି ଅସ୍ୱାଭାବିକ ଗତିବିଧି, ସୂର୍ଯ୍ୟରେ ହୋଇଛି ଦୁଇଟି ବିସ୍ଫୋରଣ

ନୂଆଦିଲ୍ଲୀ, ୧୦/୧୦: ମହାକାଶରେ ଦେଖାଦେଇଛି ଅସ୍ୱାଭାବିକ ଗତିବିଧି । ସୂର୍ଯ୍ୟରେ ହୋଇଥିବା ଦୁଇଟି ବିସ୍ଫୋରଣ ପରେ ଆବେଶିତ କଣିକା ଓ ଚୁମ୍ବକୀୟ ପଦାର୍ଥର ବିଶାଳ ମେଘ ପୃଥିବୀ ଆଡ଼କୁ ଗତି କରୁଛି । ଏହାର ପ୍ରଭାବରେ ଅକ୍ଟୋବର ୧୧ ତାରିଖ, ରବିବାର ପୃଥିବୀରେ ସୌର ଝଡ଼ ବା ସୋଲାର ଷ୍ଟର୍ମ ସୃଷ୍ଟି ହେବାର ଆଶଙ୍କା ରହିଛି । ଏନେଇ ଆମେରିକାର ନ୍ୟାସନାଲ୍ ଓସେନିକ୍ ଆଣ୍ଡ୍ ଆଟମୋସ୍ଫେରିକ୍ ଆଡମିନିଷ୍ଟ୍ରେସନ୍‌ (NOAA) ପକ୍ଷରୁ ମଧ୍ୟମ ଧରଣର G2 ଜିଓମ୍ୟାଗ୍ନେଟିକ୍ ଝଡ଼ ନେଇ ସତର୍କ ସୂଚନା ଦିଆଯାଇଛି ।ଏହି ସୌର ଝଡ଼ର ପ୍ରଭାବ ସାଟେଲାଇଟ୍‌, ରେଡିଓ ଯୋଗାଯୋଗ ଏବଂ ନେଭିଗେସନ୍ ବ୍ୟବସ୍ଥା ଉପରେ ପଡ଼ିପାରେ । ତେବେ ଏହାର ପ୍ରଭାବ କେତେ ଅଧିକ ହେବ, ତାହା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହ ସୌର ପଦାର୍ଥର ପାରସ୍ପରିକ କ୍ରିୟା ଉପରେ ନିର୍ଭର କରିବ ।

Leave a Reply

Your email address will not be published. Required fields are marked *