ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ, ଏକଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଭୁବନେଶ୍ୱର,୦୯/୦୯: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ଯୋଗୁ ବନ୍ଦ ହେଲା ଦର୍ଶନ । ଭିତର କାଠ ପାଖରେ ଛେପ, ଖଙ୍କାର ପଡ଼ିଥିବାରୁ ହେଲା ବଡ଼ ମହାସ୍ନାନ । ଆରମ୍ଭ ହୋଇଛି ମହାସ୍ନାନ ନୀତି । ପ୍ରାୟ ଏକଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଅବକାଶ ପୂଜା ସମୟରେ ବଡ଼ ମହାସ୍ନାନ କରାଯାଉଛି। ସାମାଜିକ ଗଣମାଧ୍ୟମରେ ସୂଚନା ଦେଲା ଶ୍ରୀମନ୍ଦିର ପ୍ରଶାସନ । ଅବକାଶ ପୂଜା ସମୟରେ ବଡ଼ ମହାସ୍ନାନ କରାଯାଉଛି । ଏହାପୂର୍ବରୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପାଇଁ ବଡ଼ଦିଅଁଙ୍କୁ ବଡ଼ ଗ୍ରହଣ ସ୍ନାନ କରାଯାଇଥିଲା। ଏହାସହ ସ୍ବତନ୍ତ୍ର ରୀତିନୀତି ସହ ସଅଳ ନୀତି କରାଯାଇଥିଲା । ଏହାପରେ ଭକ୍ତଙ୍କ ଗହଳି ବଢ଼ିଥିଲା। ପୁଣି ଆଜି ମାର୍ଜନା ପାଇଁ ଠାକୁରଙ୍କ ବଡ଼ ମହାସ୍ନାନ କରାଯିବ ।