ରେପୋ ରେଟ୍‌ ବଢ଼ାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ୍‌, ୫.୫୦%କୁ ବୃଦ୍ଧି

ନୂଆଦିଲ୍ଲୀ,୦୭/୧୦:  ରେପୋ ରେଟ୍‌ ବଢ଼ାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ । ପୂର୍ବରୁ, ଏହା ପ୍ରାୟ ସାଢ଼େ ୩ବର୍ଷ ପାଇଁ ୫.୨୫%ରେ ସ୍ଥିର ଥିଲା । ଯାହାକୁ ବୃଦ୍ଧି କରାଯାଇ ୫.୫୦% କରାଯାଇଛି । କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ଗୃହ ଏବଂ କାର୍‌ ଋଣଗ୍ରହୀତାଙ୍କ ଉପରେ ଇଏମ୍‌ଆଇ ବୋଝକୁ ବୃଦ୍ଧି କରିପାରେ ବୋଲି ଆକଳନ କରିଛନ୍ତି ଅର୍ଥନୀତି ବିଶେଷଜ୍ଞ । ତିନି ଦିନିଆ ବୈଠକ ସମୟରେ ଆଲୋଚନା ପରେ ରେପୋ ହାର ବୃଦ୍ଧି କରିବାର ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା । ବିଶ୍ୱ ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ସେୟାର ବଜାରରେ ଅନିଶ୍ଚିତତାର ଆଶଙ୍କା ରହିଥିବା ସେ ଚେତାଇଛନ୍ତି । ବିଶେଷଜ୍ଞମାନେ ପୂର୍ବରୁ ବୃଦ୍ଧି ପାଉଥିବା ଅଶୋଧିତ ତୈଳ ମୂଲ୍ୟ ଏବଂ ମୁଦ୍ରାସ୍ଫୀତିକୁ ଉଲ୍ଲେଖ କରି ରେପୋ ହାରରେ ବୃଦ୍ଧି ହେବ ବୋଲି ଆଶଙ୍କା କରୁଥିବା ବେଳେ ଏବେ, କେନ୍ଦ୍ରୀୟ ବ୍ୟାଙ୍କ ଏହାକୁ ନିଶ୍ଚିତ କରିଛି ।

Leave a Reply

Your email address will not be published. Required fields are marked *