ଭୁବନେଶ୍ୱର,୧୯/୦୬: ହଠାତ୍ ରାଜଧାନୀରେ ଦିନ ହୋଇଗଲା ରାତି। ଘୋଟିଆସିଲା କଳାହାଣ୍ଡିଆ ମେଘ । ଆଉ ଭୁବନେଶ୍ୱରରେ ପ୍ରବଳ ବର୍ଷା । ଯାହା ଫଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆକାଶରେ କଳା ବାଦଲ ସାଙ୍ଗକୁ ପ୍ରବଳ ବର୍ଷା, ଘଡଘଡି, ବଜୁଳି ସାଙ୍ଗକୁ ପବନ ଜାରି ରହିଛି । ତେବେ ଏହି ବର୍ଷା ଯୋଗୁ ଭୁବନେଶ୍ୱରରେ ପ୍ରବଳ ଗୁଳୁଗୁଳି ଏବଂ ତାତିରୁ ମିଳିଛି ଆଶ୍ୱସ୍ତି । କଲବଲ କରୁଥିବା ତାତିରୁ ଶାନ୍ତି ଦେଇଛି ଝଡ଼ବର୍ଷା ।
ଅନ୍ୟପଟେ ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ଆଗକୁ ବଢିବା ପାଇଁ ସ୍ଥିତି ଅନୁକୂଳ ହୋଇଛି । ଆଉ ୩ ରୁ ୪ ମଧ୍ୟରେ ଛୁଇଁବ ସାରା ଓଡିଶା। ଏହାସହ ରାଜ୍ୟରେ ଟ୍ରପ ଲାଇନ ସହ କାଳବୈଶାଖୀ ଯୋଗୁ ବର୍ଷା ହେଉଥିବା ବେଳେ ଆହୁରି ୫ ଦିନ ଯାଏ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି।