SIR ବିବାଦନୁ ନେଇ ଯନ୍ତରମନ୍ତରରେ ବିଭିନ୍ନ ବିରୋଧୀ ଦଳ, ଛାତ୍ର ଓ ଯୁବ ସଂଗଠନ ପ୍ରତିବାଦ; ୭୦୦ ଅଟକ

ନୂଆଦିଲ୍ଲୀ,୦୨/୧୦:  SIRକୁ ନେଇ ବିବାଦ ଥମିବାର ନାଁ ନେଉନି। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଲ ଦିଲ୍ଲୀର ଯନ୍ତରମନ୍ତରରେ ବିଭିନ୍ନ ବିରୋଧୀ ଦଳ, ଛାତ୍ର ଓ ଯୁବ ସଂଗଠନ ପ୍ରତିବାଦ କରିଛନ୍ତି । ଦିଲ୍ଲୀ ପୋଲିସ ୭୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଅଟକ ରଖିଛି । ଅଟକ ହୋଇଥିବା ନେତାଙ୍କ ମଧ୍ୟରେ ଆପ୍‌ର ସୌରଭ ଭରଦ୍ୱାଜ, ଆତିଶୀ ଓ ସଞ୍ଜୀବ ଝାଙ୍କ ସମେତ ଅନ୍ୟମାନେ ରହିଛନ୍ତି ।

SIR ପ୍ରକ୍ରିୟା ଓ ଭୋଟର ତାଲିକା ସମ୍ପର୍କିତ ଅନିୟମିତତାର ଅଭିଯୋଗ ଉଠାଇ ବିକ୍ଷୋଭକାରୀମାନେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି । ଯନ୍ତରମନ୍ତର ଅଭିମୁଖେ ଯାଉଥିବା ବିଭିନ୍ନ ଦଳ ଓ ଛାତ୍ର ସଂଗଠନର କର୍ମୀଙ୍କୁ ପୋଲିସ ଅଟକାଇବା ପରେ କିଛି ସ୍ଥାନରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ଦେଖାଦେଇଥିଲା ।

ସୁରକ୍ଷା ଦୃଷ୍ଟିରୁ ନୂଆଦିଲ୍ଲୀ ଜିଲ୍ଲାରେ BNSSର ଧାରା ୧୬୩ ଅନୁଯାୟୀ ନିଷେଧାଜ୍ଞା ଜାରି କରାଯାଇଥିଲା । ଯନ୍ତରମନ୍ତର ଓ ଆଖପାଖ ଅଞ୍ଚଳରେ ବ୍ୟାରିକେଡ୍ ଲଗାଯିବା ସହ ଦିଲ୍ଲୀ ମେଟ୍ରୋର ୧୨ଟି ଷ୍ଟେସନରେ ପ୍ରବେଶ ଓ ପ୍ରସ୍ଥାନ ସାମୟିକ ଭାବେ ବନ୍ଦ ରଖାଯାଇଥିଲା । ସେପଟେ ମୁମ୍ବାଇର ଶିବାଜୀ ପାର୍କରେ CJP ପକ୍ଷରୁ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘ଜେଲ୍ ଭରୋ ଆନ୍ଦୋଳନ’ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *