ଭୁବନେଶ୍ୱର,୨୫/୧୧: ଭୁବନେଶ୍ୱରରେ ଆରମ୍ଭ ହେଲା ଜାତୀୟ ହୋମିଓପାଥି ବୈଜ୍ଞାନିକ ସମ୍ମିଳନୀ-୨୦୨୬ । ଡକ୍ଟର ଅଭିନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୭୦୦ ପ୍ରତିନିଧି ସାମିଲ ହୋଇଛନ୍ତି । ଏହି ଅବସରରେ ସମ୍ମିଳନୀର ସ୍ମରଣିକା ‘AUDE SAPERE’ ଉନ୍ମୋଚନ କରିବେ ରାଜ୍ୟପାଳ ବ୍ରଜମୋହନ ରାମ । ଏହାର ପ୍ରଥମ କପି ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ । ସମ୍ମିଳନୀରେ ଜାତୀୟ ହୋମିଓପାଥି ଆୟୋଗର ଅଧ୍ୟକ୍ଷ ଡାକ୍ତର ତାରକେଶ୍ୱର ଜୈନ ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଡାକ୍ତର ଫାରୁକ ଜେ. ମାଷ୍ଟର ଯୋଗଦେଇ ବିଭିନ୍ନ ବୈଜ୍ଞାନିକ ବିଷୟ ଉପରେ ଆଲୋଚନା କରିବେ ।