ଭୁବନେଶ୍ୱର, ୧୫/୦୬: ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦିନିକିଆ ଓଡ଼ିଶା ଗସ୍ତ ସୂଚୀ ଜଣାପଡିଛି । ଆସନ୍ତା ୨୦ ତାରିଖ ଦିନ ପୂର୍ବାହ୍ନ ୧୧ଟା ୫ରେ ପାହାଡ଼ପୁର ହେଲିପ୍ୟାଡ୍ରେ ଓହ୍ଲାଇବେ । ୧୧ଟା ୧୫ରେ ଗୋଷାଣୀ ପୀଠରେ ପହଞ୍ଚିବେ, ଘଣ୍ଟାଏ ପାହାଡ଼ପୁରରେ ରହିବେ । ୧୨ଟା ୫୫ ମିନିଟରେ ସଭାସ୍ଥଳରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି କାର୍ୟ୍ୟକ୍ରମରେ ଯୋଗଦେବେ । ୧ଟାରୁ ୨ଟା ଯାଏଁ କାର୍ୟ୍ୟକ୍ରମରେ ଉପସ୍ଥିତ ରହିବେ, ୨ଟା ୧୫ରେ ଓଡ଼ିଶା ଛାଡ଼ିବେ।