ନୂଆଦିଲ୍ଲୀ,୧୫/୦୮: ସାରା ଦେଶ ଆଜି ୮୦ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଦେଶବାସୀଙ୍କୁ ଉଦବୋଧନ ଦେବା ଅବସରରେ ବିଭିନ୍ନ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,“ମୋର ପ୍ରିୟ ଦେଶବାସୀ, ଯେତେବେଳେ ମୁଁ ବିକଶିତ ଭାରତ କଥା କହେ, ଯେତେବେଳେ ମୁଁ ଦେଶକୁ ଦ୍ରୁତ ଗତିରେ ଆଗକୁ ନେବା କଥା କହେ—ସେତେବେଳେ ଏହାର ସବୁଠାରୁ ବଡ଼ ଲାଭ କାହାକୁ ମିଳିବ? ଏହି ସମସ୍ତ ପ୍ରୟାସ ପଛରେ ସବୁଠାରୁ ବଡ଼ ପ୍ରେରଣା ଶକ୍ତି କିଏ? ଯଦି କୌଣସି ପ୍ରେରଣା ଶକ୍ତି ରହିଛି, ତେବେ ସେହି ଶକ୍ତି ହେଉଛନ୍ତି ମୋ ଦେଶର ଯୁବପିଢ଼ି। ଏହା ହେଉଛି ମୋ ଦେଶର ଯୁବଶକ୍ତି। ବିକଶିତ ଭାରତର ଯାତ୍ରାରେ ଯୁବପିଢ଼ିଙ୍କର ବହୁତ ବଡ଼ ଭୂମିକା ରହିଛି । ଆଜି ଲାଲକିଲ୍ଲାର ପ୍ରାଚୀରରୁ ମୁଁ ଦେଶର ଯୁବପିଢ଼ି ପାଇଁ ଏକ ବଡ଼ ଘୋଷଣା କରିବାକୁ ଚାହୁଁଛି। ଆମେ ସଂକଳ୍ପ ନେଇଛୁ ଯେ, ଆଗାମୀ ଏକ ବର୍ଷ ମଧ୍ୟରେ ୧ କୋଟି ଯୁବକ-ଯୁବତୀଙ୍କୁ ଏଆଇ ସ୍କିଲ୍ ଟ୍ରେନିଂ ଦେବାର କାର୍ୟ୍ୟ କରାଯିବ, ଯାହାଦ୍ୱାରା ଆମ ଦେଶର ଯୁବପିଢ଼ି ଏଆଇ କ୍ଷେତ୍ରରେ ମଧ୍ୟ ବିଶ୍ୱର ନେତୃତ୍ୱ ନେବାର କ୍ଷମତା ହାସଲ କରିପାରିବେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମାଗଣା ଅନଲାଇନ୍ କୋଚିଂ ପ୍ରଦାନ କରିବା ପାଇଁ ଏକ ବଡ଼ ନେଟୱର୍କ ଗଠନ କରାଯିବ।