ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୦୭/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଣ୍ଡୋନେସିଆ ଗସ୍ତରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଅନେକ ବଡ଼ ଚୁକ୍ତି ହୋଇଛି। ଏହାସହ ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନ ଦେବାକୁ ମଧ୍ୟ ଘୋଷଣା କରିଛି। ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ଘୋଷଣା କରିଛନ୍ତି ଯେ, ତାଙ୍କ ଦେଶ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ସର୍ବୋଚ୍ଚ ସମ୍ମାନ ‘ବିନତାଙ୍ଗ ଆଦିପୂର୍ଣ୍ଣା ଅଫ୍ ଦି ରିପବ୍ଲିକ୍ ଅଫ୍ ଇଣ୍ଡୋନେସିଆ’ ପଦକରେ ସମ୍ମାନିତ କରୁଛି। ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେବା ପରେ, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି ସମ୍ମାନ କୋଟି କୋଟି ଭାରତୀୟଙ୍କର।

ଉଭୟଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ବିଷୟରେ ଯେଉଁଥିରେ ଇଭିଏମ ନିର୍ମାଣରେ ସହାୟତା, ଅସ୍ତ୍ର କ୍ଷେପଣାସ୍ତ୍ର କ୍ରୟ, ବ୍ରହ୍ମୋସ କ୍ଷେପଣାସ୍ତ୍ର ପାଇଁ ବ୍ୟାଟେରୀ ଏବଂ ସବାଙ୍ଗ ବନ୍ଦରର ବିକାଶ ଆଦି ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡୋନେସିଆ ସହିତ ଉତ୍ତମ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଅନ୍ୟପଟେ ଭାରତର ଉଚ୍ଚଶିକ୍ଷା କ୍ଷେତ୍ର ପାଇଁ ଆସିଛି ଏକ ବଡ଼ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆ ଗସ୍ତ ସମୟରେ ଘୋଷଣା କରିଛନ୍ତି ଯେ, ଆଇଆଇଏମ୍ ବେଙ୍ଗାଲୁରୁ ଇଣ୍ଡୋନେସିଆରେ ନିଜର ପ୍ରଥମ ବିଦେଶୀ କ୍ୟାମ୍ପସ ସ୍ଥାପନ କରିବ। ଏହି ପଦକ୍ଷେପ ଭାରତର ଉଚ୍ଚଶିକ୍ଷାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଦିଗରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଏହି କ୍ୟାମ୍ପସଟି ଇଣ୍ଡୋନେସିଆର ସିଙ୍ଘାସାରି ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ରରେ ସ୍ଥାପିତ ହେବ। ଏହା କେବଳ ଇଣ୍ଡୋନେସିଆର ଛାତ୍ରଛାତ୍ରୀଙ୍କ ପାଇଁ ନୁହେଁ, ବରଂ ଆସିଆନ୍ ଅଞ୍ଚଳର ବିଭିନ୍ନ ଦେଶର ଯୁବକ ଯୁବତୀଙ୍କୁ ମଧ୍ୟ ବିଶ୍ୱସ୍ତରୀୟ ପରିଚାଳନା ଶିକ୍ଷା ଦେବ।

Leave a Reply

Your email address will not be published. Required fields are marked *