ରାଜଧାନୀରେ ଗର୍ଜିଲା ଅଟୋ ସଂଘ, ତିନି ଦଫା ଦାବି ନେଇ ରାଜରାସ୍ତାରେ ଆନ୍ଦୋଳନ

ଭୁବନେଶ୍ୱର,୧୭/୦୮: ରାଜଧାନୀରେ ଗର୍ଜିଲା ଅଟୋ ସଂଘ । ତିନି ଦଫା ଦାବି ପୂରଣ ପାଇଁ ଓଲା-ଉବେର ସମେତ ପ୍ରାୟ ୨୦ଟି ଅଟୋ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଭୁବନେଶ୍ୱର ବିମାନବନ୍ଦର ନିକଟରେ ଅଟୋ ସଂଘ ପକ୍ଷରୁ ଆନ୍ଦୋଳନ ଚାଲିଛି । ଅଟୋ ସେବା ବନ୍ଦ ରହିଥିବାରୁ ବାହାରୁ ଆସୁଥିବା ବିମାନ ଯାତ୍ରୀମାନେ ଯାତାୟାତକୁ ନେଇ ହଇରାଣ ହେଉଛନ୍ତି । ବିମାନବନ୍ଦରରୁ ନିଜ ଯିବା ଆସିବା ପାଇଁ ଅଟୋ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ଅଟୋ ନମିଳିବାରୁ ସମସ୍ୟାରେ ପଡ଼ିଛନ୍ତି । ତେବେ ଯାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସହଯୋଗର ହାତ ବଢ଼ାଇଛି କମିସନରେଟ୍‌ ପୋଲିସ । ବିଶେଷକରି ବୟସ୍କ ଓ ରୋଗୀ ଯାତ୍ରୀଙ୍କୁ ପୋଲିସ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି । ପିସିଆର୍‌ ଓ ପୋଲିସ ଭ୍ୟାନ୍‌ ମାଧ୍ୟମରେ ଏଭଳି ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି ।

 

Leave a Reply

Your email address will not be published. Required fields are marked *