ଆମେରିକୀୟ ସିନେଟ୍‌ରେ ପାରିତ ହେଲା ଏହି ବିଲ, ଆଇନରେ ପରିଣତ ହେଲେ ଲାଗୁ ହୋଇପାରେ ୧୦୦ ପ୍ରତିଶତ ଟାରିଫ

ନୂଆଦିଲ୍ଲୀ,୦୮/୦୮: ଆମେରିକୀୟ ସିନେଟ୍‌ରେ ପାରିତ ହୋଇଛି ଏକ ଗୁରୁତ୍ୱପୂର୍ଣ୍ଣ Lindsey O. Graham Sanctioning Russia and Iran Act of 2026 ବିଲ୍‌। ଆଉ ଏହି ବିଲ୍‌ ଆଇନରେ ପରିଣତ ହେଲେ, ଭାରତ ସମେତ ରୁଷିଆର ପ୍ରମୁଖ ତୈଳ କ୍ରେତା ଦେଶଗୁଡ଼ିକ ଉପରେ ସର୍ବାଧିକ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍‌ ଲାଗୁ ହେବ । ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ରୁଷିଆ ଉପରେ ଆର୍ଥିକ ଚାପ ବଢ଼ାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ବିଶେଷକରି ରୁଷିଆର ତୈଳ ଓ ଗ୍ୟାସ୍‌ କିଣୁଥିବା ବଡ଼ ଦେଶଗୁଡ଼ିକୁ ଚାପରେ ରଖିବା ପାଇଁ ଏଥିରେ କଠୋର ବ୍ୟବସ୍ଥା ରହିଛି । ସିନେଟ୍‌ରେ ବିଲ୍‌ଟି ୮୬-୧୧ ଭୋଟରେ ପାରିତ ହୋଇଛି । ଏବେ ଏହା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସକୁ ଯିବ । ଆମେରିକୀୟ ରିପୋର୍ଟ ଅନୁସାରେ, ହାଉସ୍‌ ଅଗଷ୍ଟ ୩୧ରେ ଛୁଟି ପରେ ଏହି ବିଲ୍‌ ଉପରେ ବିଚାର କରିବ । ବିଲ୍‌ରେ ରାଷ୍ଟ୍ରପତିଙ୍କୁ ଏଭଳି ଟାରିଫ୍‌ ଲଗାଇବାର କ୍ଷମତା ଦେବା ପ୍ରସ୍ତାବ ରହିଛି ।

Leave a Reply

Your email address will not be published. Required fields are marked *