ଭୁବନେଶ୍ୱର,୦୩/୦୯: ଜଗତସିଂହପୁର ଜିଲ୍ଲା ଆସିଷ୍ଟାଣ୍ଡ ଡ୍ରଗ କଂଟ୍ରୋଲର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ମେଡ଼ିସିନ ହୋଲସେଲିଂ ଲାଇସେନ୍ସ ଦେବା ବାବଦକୁ ୬,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଆସିଷ୍ଟାଣ୍ଡ ଡ୍ରଗ କଣ୍ଟ୍ରୋଲର ସଞ୍ଜୟ କୁମାର ହାଂସଦାଙ୍କୁ ଗିରଫ କରାଯାଇଛି। ଜଇପୁର ଛକରୁ ଜନୈକ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। କଟକ ଓ ଜଗତସିଂହପୁର ଭିଜିଲାନ୍ସ ଟିମ ମିଳିତ ଚଢ଼ାଉ କରି ସଂଜୟଙ୍କୁ ରେଡ଼ ହ୍ୟାଣ୍ଡରେ ଧରିଛନ୍ତି । ସଞ୍ଜୟ ହଂସଦା ବର୍ତ୍ତମାନ ଯାଜପୁର ଜିଲ୍ଲାର ଆସିଷ୍ଟାଣ୍ଡ ଡ୍ରଗ କଂଟ୍ରୋଲର ଭାବେ କାର୍ଯ୍ୟରତ ଥିବା ବେଳେ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି। ଭିଜିଲାନ୍ସ ବିଭାଗ ସଞ୍ଜୟଙ୍କୁ ଗିରଫ କରି ତାଙ୍କ ଅଫିସରେ ରହିଥିବା କାଗଜ ପତ୍ର ଯାଞ୍ଚ କରୁଛି ।