ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଚାଲିଛି ବିଚାର, ଓଡ଼ିଶାରେ ଲାଗୁ ହୋଇପାରେ ନୋ ଇନ୍‌ସ୍ୟୁରାନ୍ସ, ନୋ ପେଟ୍ରୋଲ ନିୟମ

ଭୁବନେଶ୍ୱର,୦୭/୦୮: ଯଦି ଆପଣଙ୍କ ଗାଡ଼ିର ଇନ୍‌ସ୍ୟୁରାନ୍ସ ବା ବୀମା ନାହିଁ, ତେବେ ଗାଡ଼ିରେ ପକେଇପାରିବେନି ପେଟ୍ରୋଲ । ସୁପ୍ରିମକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପରେ ରାଜ୍ୟ ପରିବହନ ବିଭାଗ ଏବେ ‘ନୋ ଇନ୍‌ସ୍ୟୁରାନ୍ସ, ନୋ ପେଟ୍ରୋଲ’ ନିୟମ ଉପରେ ଗମ୍ଭୀରତାର ସହ ବିଚାର କରୁଛି । ପରିବହନ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଖୁବଶୀଘ୍ର ଏହି ନିୟମକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯାଇପାରେ।ସରକାରୀ ତଥ୍ୟ ଅନୁସାରେ, ଓଡ଼ିଶାରେ ପ୍ରାୟ ୯୭ ଲକ୍ଷ ଗାଡ଼ି ପଞ୍ଜିକୃତ ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏଥିମଧ୍ୟରୁ ଏକ ବଡ଼ ସଂଖ୍ୟକ ଗାଡ଼ିର ବୈଧ ଇନ୍ସୁରାନ୍ସ ନାହିଁ । ବିଶେଷ କରି ‘ଥାର୍ଡ ପାର୍ଟି ଇନ୍ସୁରାନ୍ସ’ ବା ତୃତୀୟ ପକ୍ଷ ବୀମାକୁ ନେଇ ସୁପ୍ରିମକୋର୍ଟ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ଦୁର୍ଘଟଣା ସମୟରେ ପୀଡ଼ିତଙ୍କୁ କ୍ଷତିପୂରଣ ଦେବା ପାଇଁ ଏହା ଅତ୍ୟନ୍ତ ଜରୁରୀ । ତେଣୁ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିପାରନ୍ତି ।

Leave a Reply

Your email address will not be published. Required fields are marked *