୮୦ ବର୍ଷରେ ପାଦ ଥାପିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୬/୧୦: ୮୦ ବର୍ଷରେ ପାଦ ଦେଇଛନ୍ତି ୨୪ ବର୍ଷ କାଳ ଓଡ଼ିଶାବାସୀଙ୍କ ବିଶ୍ୱାସ ଜିତିବାରେ ସକ୍ଷମ ହୋଇଥିବା ଏହି ରାଜନେତା ଆଜି ୮୦ ବର୍ଷରେ ପାଦ ଦେଇଛନ୍ତି । ସ୍ୱାଧୀନତା ପରେ ରାଜ୍ୟ ରାଜନୀତିରେ ନବୀନ ହେଉଛନ୍ତି ଜଣେ ଏଭଳି ବ୍ୟକ୍ତିତ୍ୱ ଯାହାଙ୍କୁ ବହୁ ବର୍ଷ ପର୍ଯ୍ୟନ୍ତ ଚ୍ୟାଲେଞ୍ଜ ଦେଇପାରିନଥିଲା କୌଣସି ଦଳ । ୧୯୯୭ ପୂର୍ବରୁ ନବୀନଙ୍କ ନାଁ ବୋଧହୁଏ ହାତଗଣତି ଲୋକ ଜାଣିଥିଲେ, କିନ୍ତୁ ବିଜୁବାବୁଙ୍କ ଦେହାନ୍ତ ପରେ ତାଙ୍କ ଜୀବନ ପୂରାପୂରି ବଦଳିଗଲା । ରାଜନୀତିରେ ପ୍ରବେଶ କରିବାର କିଛି ମାସ ପରେ ବିଜୁଙ୍କ ନାଁରେ ଗଢ଼ା ହେଲା ବିଜୁ ଜନତା ଦଳ- ବିଜେଡି । ଦଳର ସଭାପତି ଭାବେ ନବୀନ ମାରି ଚାଲିଲେ ଗୋଟିକ ପରେ ଗୋଟିଏ ମାଷ୍ଟରଷ୍ଟ୍ରୋକ୍ । ୧୯୯୭ରୁ ୨୦୨୪… ୧୯୯୭ରେ ଜନନେତା ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ କଡ଼ ଲେଉଟାଇଥିଲା ରାଜ୍ୟ ରାଜନୀତି । ଆକସ୍ମିକ ଭାବେ ରାଜନୀତିରେ ପାଦ ଥାପିଥିଲେ ନବୀନ ପଟ୍ଟନାୟକ । ହେଲେ ସମୟକ୍ରମେ ପ୍ରମାଣିତ କରିଦେଲେ ଯେ, ସେ ହିଁ ଓଡ଼ିଶା ମାଟିରେ ନେତା ନମ୍ବର-୧ ।

Leave a Reply

Your email address will not be published. Required fields are marked *