ନୂଆଦିଲ୍ଲୀ,୧୪/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୁନ୍ ୧୭ ତାରିଖରେ ଫ୍ରାନ୍ସରେ ଜି-୭ ଶିଖର ସମ୍ମିଳନୀ ଅବସରରେ ପରସ୍ପରକୁ ଭେଟି ଦ୍ବିପାକ୍ଷିକ ଆଲୋଚନା କରିବେ ବୋଲି ଶନିବାର ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି । ଏହି ବୈଠକରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ହୋଇପାରେ । ଫେବ୍ରୁଆରି ୨୦୨୫ ପରେ ୧୬ ମାସ ପରେ ଦୁଇ ରାଷ୍ଟ୍ରମୁଖ୍ୟ ପରସ୍ପରକୁ ଭେଟିବେ । ନଭେମ୍ବର ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ବିଜୟ ପରେ ମୋଦୀ ଆମେରିକା ଗସ୍ତରେ ଯାଇଥିଲେ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ନିମନ୍ତ୍ରଣକ୍ରମେ ମୋଦୀ ଜୁନ୍ ୧୬ -୧୭ରେ ଜି-୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଏହି ଅବସରରେ ମୋଦୀ ଜି୭ ଦେଶର ନେତା, ସହଯୋଗୀ ରାଷ୍ଟ୍ର ଓ ଆନ୍ତର୍ଜାତିକ ସଙ୍ଗଠନମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ବୈଶ୍ବିକ ସହଯୋଗୀତା, ନିରନ୍ତର ଅର୍ଥନୈତିକ ବିକାଶ ଓ କୃତ୍ରିମ ବୁଦ୍ଧିମତାର ସୁରକ୍ଷିତ ବ୍ୟବହାର ଏହି ଆଲୋଚନାରେ ମୁଖ୍ୟ ପ୍ରସଙ୍ଗ ହୋଇପାରେ ।