ମମତା ବାନାର୍ଜୀଙ୍କୁ ଟିଏମ୍‌ସି  ମୁଖ୍ୟ ପଦରୁ ହଟାଇଲେ ବିଦ୍ରୋହୀ ଗୋଷ୍ଠୀ

ନୂଆଦିଲ୍ଲୀ, ୨୨/୦୬: ପଶ୍ମିମବଙ୍ଗରେ ମମତା ବାନାର୍ଜୀଙ୍କୁ ଟିଏମ୍‌ସି  ମୁଖ୍ୟ ପଦରୁ ହଟାଇଛନ୍ତି ବିଦ୍ରୋହୀ ଗୋଷ୍ଠୀ। ବରିଷ୍ଠ ବିଧାୟକ ଅରୂପ ରାୟଙ୍କୁ ତାଙ୍କ ସ୍ଥାନରେ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ବିଦ୍ରୋହୀ ଶିବିର ଏକ ସମାନ୍ତରାଳ ସଙ୍ଗଠନ ଗଠନ କରି ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ନିଲମ୍ବିତ କରିଛନ୍ତି। କୋଲକାତାର ନିଉ ଟାଉନସ୍ଥିତ ଏକ ପଞ୍ଚତାରକା ‌ହୋଟେଲରେ ସ୍ବତନ୍ତ୍ର ଅଧିବେଶନ ଡକା ଯାଇଥିବାବେଳେ ବିଦ୍ରୋହୀ ଗୋଷ୍ଠୀ ନୂତନ ଜାତୀୟ କାର୍ଯ୍ୟକାରୀ କମିଟି ଗଠନ ଘୋଷଣା କରିଛନ୍ତି।  ଏହି କମିଟିରେ ଅରୂପ ରାୟ ଓ ଋତବ୍ରତଙ୍କ ସମେତ ମମତାଙ୍କ ଏକଦା ସହଯୋଗୀ ଥିବା କୋଲକାତାର ପୂର୍ବତନ ମେୟର ଫିରହାଦ ହାକିମ, ଅରୂପ ବିଶ୍ବାସ, ବିପ୍ଳବ ମିତ୍ର, ଅଖ୍ରୁଜଜମାନ ଅନସାରୀ, ସାବିନା ୟାସମିନ, ସନ୍ଦୀପନ ସାହା, ରଥିନ ଘୋଷ ଓ ଜାଭେଦ୍ ଖାନ୍ ଅଛନ୍ତି। ଏହି ବୈଠକ ପରେ ଋତବ୍ରତ ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ସଦସ୍ୟମାନେ ସର୍ବସମ୍ମତିକ୍ରମେ ଅରୂପ ରାୟଙ୍କୁ ଅଧ୍ୟକ୍ଷ ଭାବରେ ନିର୍ବାଚିତ କରିଛନ୍ତି।

Leave a Reply

Your email address will not be published. Required fields are marked *