ଭୁବନେଶ୍ୱର, ୧/୦୮: ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ପାଇଁ ବିଜେଡି-ବିଜେପି ମୁହାଁମୁହିଁ। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବୈଠକ ନେଇ ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ ଉଠାଇଲା ବିଜେଡି । ମହାନଦୀ ହେଉଛି ଓଡ଼ିଶାର ଜୀବନ ଧାରା । ରାଜ୍ୟର ୧୬ ଜିଲ୍ଲା ଏହା ଉପରେ ଭରଷା କରନ୍ତି। ହେଲେ ମହାନଦୀକୁ କିପରି ରକ୍ଷା କରିବାକୁ ବିଜେପି ସରକାର କାମ କରୁଛି ତାହା ସ୍ପଷ୍ଟ ହୋଇନି ।ବୈଠକରେ ଆଲୋଚନା କଣ କଲେ ତାହା ସାର୍ବଜନୀନ କାହିଁକି କରୁନାହାନ୍ତି ସରକାର ବୋଲି ପ୍ରଶ୍ନ କରିଛି ଦଳ। ଓଡ଼ିଶାର ସ୍ୱାର୍ଥରେ ନିଷ୍ପତ୍ତି ହୋଇଥିଲେ ସରକାର କହି ସାରିଥାନ୍ତେ। ଏ ସରକାର ଛତିଶଗଡ଼ ପାଖରେ ଆତ୍ମ ସମର୍ପଣ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ସେପଟେ ବିଜେପି ମଧ୍ୟ ବିଜେଡିକୁ ଦେଇଛି କଡ଼ା ଜବାବ।