ଯାଜପୁର ବାଲିଚନ୍ଦ୍ରପୁରରେ ଭୟଙ୍କର ଅଗ୍ନିକାଣ୍ଡ, ଚାଲିଗଲା ୪ ଜୀବନ

ଭୁବନେଶ୍ୱର,୦୮/୧୧: ଯାଜପୁର  ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ଜୀବନ ଯାଇଛି। ଏଥିରେ ଜଣେ ଗୁରୁତର ହୋଇଥିବାବେଳେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ନଳିପୁର ଗାଁରେ ଘଟିଛି ଏହି ଦୁଃଖଦ ଘଟଣା ।ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ଟା ସମୟରେ ନଳିପୁର ଗାଁର ସେକ୍ ନିଜାମୁଦ୍ଦିନଙ୍କ ଘରେ ହଠାତ୍ ନିଆଁ ଲାଗିଥିଲା । ଦେଖୁଦେଖୁ ନିଆଁ ସମଗ୍ର ଘରକୁ ବ୍ୟାପି ଯାଇଥିଲା । ଫଳରେ ଘର ଭିତରେ ଥିବା ୪ ଜଣ ବାହାରକୁ ଆସି ନପାରି ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ୪୨ ବର୍ଷୀୟ ବଡ଼ବୋହୂ ତବ୍‌ସୁନି, ୨୭ ବର୍ଷୀୟ ଝିଅ ଗୁଲଫସା ବିବି, ୧୦ ବର୍ଷର ନାତୁଣୀ ଓ ୮ ମାସର ଶିଶୁପୁତ୍ର ଅଛନ୍ତି ।

Leave a Reply

Your email address will not be published. Required fields are marked *