ଭୁବନେଶ୍ୱର,୦୫/୦୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଇସ୍ତଫା ଦେଇଛନ୍ତି । ଏହି ସୂଚନାକୁ ସ୍ପଷ୍ଟ କରିଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡିଜିପି ଓ୍ବାଇ .ବି ଖୁରାନିଆ । ଡିଜିପି ସ୍ପଷ୍ଟ କରିଛନ୍ତି ଯେ, ୨୦୧୩ ବ୍ୟାଚ୍ର IPS ଅଧିକାରୀ ଜଗମୋହନ ମୀନା ବ୍ୟକ୍ତିଗତ କାରଣରୁ ନିଜ ପଦରୁ ପଦତ୍ୟାଗ କରିଛନ୍ତି । ଭୁବନେଶ୍ୱରର ଆଇନ-ଶୃଙ୍ଖଳା ଦାୟିତ୍ୱ ରଖୁଥିବା ଡିସିପି ଭାବେ ସେ କାର୍ଯ୍ୟରତ ଥିଲେ ।ଏହା ପୂର୍ବରୁ ସେ କଟକ ଡିସିପି, ଅନୁଗୁଳ ଏସ୍ପି ଏବଂ ଗଞ୍ଜାମ ଏସ୍ପି ଭାବେ ମଧ୍ୟ ଦାୟିତ୍ୱ ସଫଳତାର ସହିତ ନିଭାଇଥିଲେ । ତାଙ୍କର ଇସ୍ତଫା ପରେ ପ୍ରଶାସନିକ ମହଳରେ ଆଲୋଚନା ଆରମ୍ଭ ହୋଇଛି ।