ତ୍ରିରଙ୍ଗା ପତାକାକୁ ଅସମ୍ମାନ କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର, ୦୯/୦୮: ସ୍ୱାଧୀନତା ଦିବସ ପୂର୍ବରୁ ତ୍ରିରଙ୍ଗା ପତାକା ଓ ଜାତୀୟ ସମ୍ମାନକୁ ନେଇ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ତ୍ରିରଙ୍ଗା ପତାକାକୁ ଅସମ୍ମାନ କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି , ତ୍ରିରଙ୍ଗାକୁ ଯିଏ ଅସମ୍ମାନ କରିବ, ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ତ୍ରିରଙ୍ଗାକୁ ଭଲ ପାଅ, ବନ୍ଦେ ମାତରଂ କୁହ । ଏବେ ମଧ୍ୟ କିଛି ଲୋକ ବନ୍ଦେ ମାତରଂ କହିବାକୁ ଅସ୍ୱୀକାର କରୁଛନ୍ତି, ଏହା ହେଉଛି ଦେଶଭକ୍ତିର ବିରୋଧୀ ମନୋଭାବ । ଇଂରେଜମାନଙ୍କୁ ଭଲ ପାଉଥିବା ଲୋକ ସେତେବେଳେ ଥିଲେ, ଏବେ ମଧ୍ୟ ସେଭଳି କିଛି ଲୋକ ଅଛନ୍ତି ।ସେ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି ଜାତୀୟ ପତାକା ଓ ଦେଶପ୍ରେମ ପ୍ରତି ଅସମ୍ମାନ ବର୍ଦ୍ଦାସ୍ତ କରାଯିବ ନାହିଁ , ସାବଡ଼ କରିଦେବେ ସରକାର ।

Leave a Reply

Your email address will not be published. Required fields are marked *