ହର୍ମୁଜ ପ୍ରଣାଳୀ ସୁରକ୍ଷିତ ଭାବେ ପାର୍‌ ହୋଇଛି ୧୫ଟି ଜାହାଜ, ଆସୁଛି ସାର ଓ ଅନ୍ୟାନ୍ୟ କଞ୍ଚାମାଲ

ନୂଆଦିଲ୍ଲୀ,୦୫/୦୭: ୨୦ଟି ଜାହାଜ ମଧ୍ୟରୁ ୧୫ଟି ଜାହାଜ ସାର ଓ ଅନ୍ୟାନ୍ୟ କଞ୍ଚାମାଲ ଧରି ହର୍ମୁଜ ପ୍ରଣାଳୀ ସୁରକ୍ଷିତ ଭାବେ ପାର୍‌ ହୋଇଛି ବୋଲି ‌କେନ୍ଦ୍ର ରସାୟନ ଓ ସାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସେଥିରୁ ୮ଟି ଜାହାଜରେ ୩.୩୨ ଲକ୍ଷ ଟନ୍‌ ୟୁରିଆ ଆସିଛି । ୪ଟି ଜାହାଜରେ ୨.୫୭ ଲକ୍ଷ ଟନ୍‌ ଡିଏପି ଏବଂ ୩ଟି ଜାହାଜରେ ୧.୧୧ ଲକ୍ଷ ଟନ୍‌ର ସଲଫର୍‌ ଆସିଛି। ସବୁ ଜାହାଜ ସମୟ ମୁତାବକ ଭାରତୀୟ ବନ୍ଦରକୁ ଆସୁଛି। ୫ଟି ଅଧିକ ଜାହାଜ ଆସିବାର ପୂର୍ବ ପର୍ଯ୍ୟାୟରେ ରହିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ଓ ମାଲ ପରିବହନ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିଲା । ଏହା ସତ୍ତ୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଠିକ୍‌ ସମୟରେ ଯୋଜନା ପ୍ରସ୍ତୁତ କରିବା ସହ ସମନ୍ବୟ ଓ ନିରନ୍ତର ଅନୁଧ୍ୟାନ କାରଣରୁ ସାର ଯୋଗାଣରେ ସଫଳତା ମିଳିଛି।ଓମାନ, ମାଲେସିଆ, ଭିଏତନାମ୍‌, ଜର୍ଜିଆ, ନାଇଜେରିଆ, ରୁଷ୍‌, ଫିନ୍‌ଲାଣ୍ଡ୍‌, ଇଜିପ୍ଟ, ଆଲଜେରିଆ, ତୁର୍କୀ ଏବଂ ନେଦରଲାଣ୍ଡ୍‌ସରୁ ୟୁରିଆ ଯୋଗାଡ଼ କରାଯାଇଛି। ରୁଷ୍‌, ମରକ୍କୋ, ଇଜିପ୍ଟ, ଯୁକ୍ତରାଷ୍ଟ୍ର ଆମେରିକା, ଜୋଡାର୍ନ, ଦକ୍ଷିଣ କୋରିଆ, ଟ୍ୟୁନିସିଆ ଏବଂ ସାଉଦି ଆରବରୁ ଲୋହିତ ସାଗର ଦେଇ ଡିଏପି ଓ ଏନ୍‌ପିକେ ଅଣାଯାଇଛି ।

Leave a Reply

Your email address will not be published. Required fields are marked *