ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଓ ସକ୍ରିୟ ମୌସୁମୀ ପ୍ରବାହ ଯୋଗୁଁ ଏହି ସବୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା !

ଭୁବନେଶ୍ୱର,୩/୦୭: ଭାରତୀୟ ପାଣିପାଗ ବିଭାଗ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଓ ସକ୍ରିୟ ମୌସୁମୀ ପ୍ରବାହ ଯୋଗୁଁ ଦେଶର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିଛି । ଆଗାମୀ କିଛି ଦିନ ମଧ୍ୟରେ ପୂର୍ବ ଓ ମଧ୍ୟ ଭାରତ ସହ ପଶ୍ଚିମ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ମହାରାଷ୍ଟ୍ର, ଗୁଜରାଟ, କୋଙ୍କଣ, ଗୋଆ, ମଧ୍ୟପ୍ରଦେଶ, ଛତିଶଗଡ଼, ଝାରଖଣ୍ଡ, ବିହାର, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଭାରୀ ବର୍ଷା ସମ୍ଭାବନା ନେଇ ସତର୍କ କରିଛି । କେତେକ ସ୍ଥାନରେ ଜଳବନ୍ଦୀ, ନଦୀର ଜଳସ୍ତର ବୃଦ୍ଧି ଏବଂ ଭୂସ୍ଖଳନ ଆଶଙ୍କା ଥିବାରୁ ସ୍ଥାନୀୟ ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି ।

ଉତ୍ତର ଭାରତରେ ମଧ୍ୟ ମୌସୁମୀ ସକ୍ରିୟ ହେବା ସହ ଦିଲ୍ଲୀ, ଏନ୍‌ସିଆର୍‌, ହରିୟାଣା, ପଞ୍ଜାବ ଓ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି । ଏହା ଫଳରେ ତାପମାତ୍ରାରେ ହ୍ରାସ ଘଟିଥିବା ବେଳେ ଲୋକମାନେ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ପାଇଛନ୍ତି । ତେବେ ବଜ୍ରପାତ, ଦମକା ପବନ ଓ ସହରାଞ୍ଚଳରେ ଜଳ ଜମିବାର ଆଶଙ୍କା ରହିଥିବାରୁ ସତର୍କ ରହିବାକୁ କୁହାଯାଇଛି । ପାଣିପାଗ ବିଭାଗ ପରାମର୍ଶ ଦେଇଛି ଯେ, ପ୍ରବଳ ବର୍ଷା ସମୟରେ ଅନାବଶ୍ୟକ ଯାତ୍ରାରୁ ବିରତ ରୁହନ୍ତୁ । ବଜ୍ରପାତ ସମୟରେ ଖୋଲା ସ୍ଥାନରେ ନ ରହି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନିଅନ୍ତୁ ।

Leave a Reply

Your email address will not be published. Required fields are marked *