ସେପ୍ଟେମ୍ବର ୩୦ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର, ଜାଣନ୍ତୁ କେତେଟାରୁ କେତେଟା ଖୋଲା ରହିବ

ଭୁବନେଶ୍ୱର,୨୭/୦୯: ଆଉ କିଛି ଦିନ ଅର୍ଥାତ ସେପ୍ଟେମ୍ବର ୩୦ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଗ୍ରୀନ୍ ସିଗନାଲ୍ ଦିଆଯାଇଛି । ଭକ୍ତଙ୍କ ଦର୍ଶନ ପାଇଁ ସିକ୍ୟୁରିଟି ପ୍ରୋଟୋକଲ୍, ଟିକେଟ୍ କାଉଣ୍ଟର ଓ ପାନୀୟ ଜଳ ଯୋଗାଣ ଭଳି ବ୍ୟବସ୍ଥା ପ୍ରସ୍ତୁତ ହୋଇଛି । ପ୍ରାଥମିକ ଭାବେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଭକ୍ତମାନେ ମନ୍ଦିର ଦର୍ଶନ କରିପାରିବେ । ମନ୍ଦିର ଖୋଲିବାର ପ୍ରଥମ ୩ ଦିନ ଭକ୍ତଙ୍କ ପାଇଁ ପ୍ରବେଶ ମାଗଣା ରହିବ । ଏହାପରେ ଦର୍ଶନ ପାଇଁ ୧୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ । ତେବେ ବୟସ୍କ, ଶିଶୁ ଓ ଦିବ୍ୟାଙ୍ଗଙ୍କ ପାଇଁ ରହିବ ମାଗଣା ପ୍ରବେଶ ବ୍ୟବସ୍ଥା । ଦିବ୍ୟାଙ୍ଗ ଭକ୍ତଙ୍କୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦର୍ଶନ କରାଯିବ । ଏହାପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

Leave a Reply

Your email address will not be published. Required fields are marked *