ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ କାମରେ ମିଳିବ ଆଶ୍ୱସ୍ତି, ଜାରି ହେଲା ଏପରି ଗାଇଡ଼ଲାଇନ

ଭୁବନେଶ୍ୱର, ୨୬/୧୧: ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ କାମରେ ମିଳିବ ଆଶ୍ୱସ୍ତି। ମହିଳା ପୋଲିସଙ୍କ ଅଭିଯୋଗ ଶୁଣିବେ ମହିଳା ଅଧିକାରୀ। ଏପରି ସୂଚନା ଦେଇଛନ୍ତି ପୋଲିସି ଡିଜି ବିନୟତୋଷ ମିଶ୍ର। ଗର୍ବବତୀ ମହିଳାଙ୍କ ପ୍ରି ଓ ପୋଷ୍ଟ ପ୍ରେଗନେନ୍ସି କେୟାର ନେବ ପୋଲିସ ବିଭାଗ। ସେଥିପାଇଁ ଆବେଦନ କରିବା ମାତ୍ରେ ଦିଆଯିବ ଛୁଟି। ପ୍ରେଗ୍‌ନାନ୍ସି ପାଇଁ ଫିଜିକାଲ ଓ ମେଣ୍ଟାଲ କେୟାର ନିହାତି ଜରୁରୀ।ମହିଳା ଅଫିସରଙ୍କୁ ରାତିରେ ପାଟ୍ରୋଲିଙ୍ଗ, ଥାନାରେ ଡିସିଓ ଭଳି ହାର୍ଡ ଡ୍ୟୁଟି ଦିଆ ଯାଉନାହିଁ। କିମ୍ବା ଚାହିଁଲେ ସେ ତାଙ୍କର ଡ୍ୟୁଟି ଚେଞ୍ଜ କରି ପାରିବେ। ଯାହାଦ୍ୱାରା ସେ ତାଙ୍କର ନିଜର ଯତ୍ନ ନେବା ସହ ଖାଇବା ପିଇବାରେ ସିଡ୍ୟୁଲ ମେଣ୍ଟେନ କରିପାରିବେ। ଥାନା ବାବୁ ନ ଶୁଣିଲେ, ଗ୍ରିଭାନ୍ସ ପାଇଁ ଏସ୍ଡ଼ିପିଓ, ଏସ୍‌ପିଙ୍କ ନିକଟକୁ ଯାଇପାରିବେ। କିମ୍ବା ସେ ସିଧା ସଳଖ ଡ଼ିଜିଙ୍କ ପାଖରେ ଫେରାଦ ହୋଇ ପାରିବେ।

ମାସକୁ ଗୋଟିଏ ଦିନ ଅତିରିକ୍ତ କାଜୁଆଲ୍ ଲିଭ୍, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ କଠିନ ଡ୍ୟୁଟିରୁ ଆଶ୍ୱସ୍ତି। ଏମିତି ଏକାଧିକ ଗୁରୁତ୍ୱପୂର୍ଣ୍ଣ ଗାଇଡଲାଇନ୍ ଜାରି କରିଛି ଓଡ଼ିଶା ପୋଲିସର କ୍ରାଇମ୍ ଏଗେନଷ୍ଟ ଓମେନ୍ ଆଣ୍ଡ୍ ଚିଲଡ୍ରେନ୍ ୱିଙ୍ଗ୍। ମହିଳା ପୋଲିସଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ମାନସିକ ସୁସ୍ଥତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ପୋଲିସ ଡିଜି।

Leave a Reply

Your email address will not be published. Required fields are marked *