ଭୁବନେଶ୍ୱର,୧୧/୦୬: ସୁନା କିଣିବାକୁ ଚାହୁଥିବା ଗ୍ରାହକ ଏବଂ ବଜାର ନିବେଶକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ ବଜାର ସହ ଘରୋଇ ମାର୍କେଟରେ ମଧ୍ୟ ସୁନା ଓ ରୁପା ଦରରେ ହ୍ରାସ ଘଟିଛି। ଗୁରୁବାର ଦିନ ସୁନା ମୂଲ୍ୟ ଗତ ୬ ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ବିଶ୍ୱ ବଜାରରେ ସ୍ପଟ୍ ଗୋଲ୍ଡ ମୂଲ୍ୟ ପ୍ରତି ଆଉନ୍ସ ପିଛା ୪,୦୨୨.୦୯ ଡଲାରରେ ପହଞ୍ଚିଛି, ଯାହା ଗତ ନଭେମ୍ବର ୨୧ ପରଠାରୁ ସବୁଠାରୁ କମ୍। ଏହା ସହିତ ଆମେରିକୀୟ ଗୋଲ୍ଡ ଫ୍ୟୁଚର୍ସ ମଧ୍ୟ ୦.୪% ହ୍ରାସ ପାଇ ୪,୧୧୬.୨୦ ଡଲାର ସ୍ତରକୁ ଚାଲିଆସିଛି। ମାର୍କେଟ ବିଶେଷଜ୍ଞ ମ୍ୟାଟ୍ ସିମ୍ପସନଙ୍କ ଅନୁଯାୟୀ, ଏହି ଦର ଖୁବ୍ ଶୀଘ୍ର ୪,୦୦୦ ଡଲାର ଆଡ଼କୁ ଗତି କରୁଛି।ଖାଲି ଆନ୍ତର୍ଜାତୀୟ ବଜାର ନୁହେଁ ବରଂ ଭାରତର ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ମଧ୍ୟ ସୁନା-ରୁପା ମୂଲ୍ୟ ଖସିପଡ଼ିଛି। ୨୪ କ୍ୟାରେଟର ୧୦ ଗ୍ରାମ ସୁନା ଦର ହ୍ରାସ ପାଇ ୧.୪୬ ଲକ୍ଷ ଟଙ୍କାରେ ପହଞ୍ଚିଛି। ଅପରପକ୍ଷରେ ରୁପା ମୂଲ୍ୟରେ ପ୍ରାୟ ୫,୦୦୦ ଟଙ୍କାର ବଡ଼ ହ୍ରାସ ଘଟି ଏହା ପ୍ରତି କିଲୋଗ୍ରାମ ପିଛା ୨.୩୦ ଲକ୍ଷ ଟଙ୍କା ପାଖାପାଖି ହୋଇଯାଇଛି।