ନୂଆଦିଲ୍ଲୀ,୧୭/୦୬: ଫ୍ରାନ୍ସରେ ଚାଲିଥିବା ଜି-୭ ଶିଖର ସମ୍ମିଳନୀରେ ଇରାନ ସହିତ ପ୍ରସ୍ତାବିତ ଶାନ୍ତି ଚୁକ୍ତି ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଆକ୍ରମଣାତ୍ମକ ବୟାନ ସାରା ବିଶ୍ୱକୁ ଚକିତ କରିଛି। ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ହେବାକୁ ଥିବା ପରମାଣୁ ଚୁକ୍ତି ଏବେ ବି ଚୂଡ଼ାନ୍ତ ହୋଇନାହିଁ । ଏହା ସହିତ ସେ ଚେତାବନୀ ଦେଇଛନ୍ତି ଯେ ଯଦି ଇରାନ ନିଜର ଆଚରଣରେ ସୁଧାର ନ ଆଣେ, ତେବେ ପୁଣି ଥରେ ବୋମାବର୍ଷଣ ଆରମ୍ଭ କରିଦେବ। ଜି-୭ ସମ୍ମିଳନୀ ମଞ୍ଚରେ ଟ୍ରମ୍ପଙ୍କର ଏଭଳି କଠୋର ଆଭିମୁଖ୍ୟ ପୂର୍ବରୁ ଚାଲିଥିବା ଶାନ୍ତି ଆଲୋଚନାରେ ଅନିଶ୍ଚିତତା ସୃଷ୍ଟି କରିଛି।ବିଶେଷଜ୍ଞମାନଙ୍କ ମତରେ, ଇରାନ ଉପରେ ଚୁକ୍ତିର ସମସ୍ତ କଠୋର ସର୍ତ୍ତ ମାନିବା ପାଇଁ ଏହା ଆମେରିକାର ଏକ ପ୍ରକାର ମାନସିକ ଚାପ ପ୍ରୟୋଗ କରିବାର ରଣନୀତି ।