ଭୁବନେଶ୍ୱର,୧୮/୦୮: ଯାଜପୁରରେ ପ୍ରବାହିତ ହେଉଛି ବୈତରଣୀ ନଦୀର ବନ୍ୟାଜଳ । ବୈତରଣୀରେ ବନ୍ୟା ଆସିବା ଫଳରେ ଯାଜପୁର ଏବଂ ଦଶରଥପୁର ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି । ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୮.୩୩ ମି ଥିବାବେଳେ ବର୍ତ୍ତମାନ ୧୯.୧୮ ମିରେ ବନ୍ୟାଜଳ ପ୍ରବାହିତ ହେଉଛି । ଯାଜପୁର ବ୍ଲକ ମୋଟରଙ୍ଗାପାଳରେ ମୁଖ୍ୟ ରାସ୍ତାରେ ୪ଫୁଟର ପାଣି। ଯାଜପୁର-ଭଣ୍ଡାରିପୋଖରୀ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।ଯାଜପୁର ବ୍ଲକର ୧୦ରୁ ଉର୍ଦ୍ଧ୍ବ ପଂଚାୟତ ଓ ଦଶରଥପୁରରେ ୧୯ ପଂଚାୟତବାସୀ ଜଳବନ୍ଦୀ ହୋଇଛନ୍ତି । କେବଳ ଘରଦ୍ୱାର ନୁହେଁ,ବନ୍ୟାରେ ଚାଷଜମି ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।