ଚାକିରିଆମାନଙ୍କ ପାଇଁ ବଡ଼ ଘୋଷଣା କଲା EPFO, ଜାଣନ୍ତୁ କଣ?

ନୂଆଦିଲ୍ଲୀ,୦୭/୧୦: ଚାକିରିଆମାନଙ୍କ ପାଇଁ ବଡ଼ ଘୋଷଣା କଲା EPFO। EPFO ପିଏଫ୍ ପାଇଁ ବାଧ୍ୟତାମୂଳକ ନିୟମରେ ବଡ଼ ପରିବର୍ତ୍ତନ ଆଣିଛି। ସରକାର ବାଧ୍ୟତାମୂଳକ PF କଭରେଜ୍ ପାଇଁ ମାସିକ ସାଲାରି ଲିମିଟ୍ ୧୫,୦୦୦ ରୁ ବଢ଼ାଇ ୨୫,୦୦୦ କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ଦେଶର ପ୍ରାୟ ୫୧ ଲକ୍ଷରୁ ଅଧିକ କର୍ମଚାରୀ ସିଧାସଳଖ ଭାବେ PF, ପେନସନ୍ ଏବଂ ବୀମା ସୁବିଧା ପାଇପାରିବେ ।

ଯେଉଁ ଚାକିରିଆମାନଙ୍କ ଦରମା ୨୦ହଜାର ଟଙ୍କା ସେମାନଙ୍କ ମାସିକ ୧୨% ହିସାବରେ ₹୨,୪୦୦ PF ଆକାଉଣ୍ଟକୁ ଯିବ। କମ୍ପାନି ମଧ୍ୟ ସମାନ ୨,୪୦୦ ଯୋଗଦାନ କରିବ। କମ୍ପାନି ଅଂଶରୁ ୮.୩୩% ଅର୍ଥାତ୍ ପ୍ରାୟ ₹୧,୬୬୬ଟଙ୍କା ପେନସନ୍ ବା EPSରେ ଏବଂ ବାକି ୭୩୪ ଟଙ୍କା PF ଖାତାରେ ଜମା ହେବ। ସେହିଭଳି ୨୫ ହଜାର ଦରମା ପାଉଥିବା କର୍ମଚାରୀଙ୍କ ପାଇଁ ମାସିକ ୩୦୦୦ PF କଟିବ। ଅନ୍ୟପକ୍ଷରେ ଯେଉଁମାନଙ୍କର ଦରମା ୩୫ ହଜାର ସେମାନେ ସରକାରୀ ବାଧ୍ୟତାମୂଳକ ସୀମାରେ ରହନ୍ତି । ସେମାନଙ୍କ PF କାଟ ₹୪,୨୦୦ ବଦଳରେ ₹୨୫,୦୦୦ ସୀମା ହିସାବରେ ₹୩,୦୦୦ ହୋଇପାରେ।

Leave a Reply

Your email address will not be published. Required fields are marked *