୭.୩ ତୀବ୍ରତାର ସହ ଭୂକମ୍ପରେ ଥରିଲା ମେକ୍ସିକୋ, ସୁନାମି ସତର୍କତା ଜାରି

ଭୁବନେଶ୍ୱର,୧୮/୦୭: ଭୂକମ୍ପରେ ଥରିଲା ମେକ୍ସିକୋ। ରିକ୍ଟର ସ୍କେଲ୍‌ରେ ତୀବ୍ରତା ୭.୩ ରେକର୍ଡ ଥିବା ସୂଚନା ମିଳିଛି । ସୁନାମି ସତର୍କତା ଜାରି କଲେ ସ୍ଥାନୀୟ ସରକାର । ଶୁକ୍ରବାର ଦକ୍ଷିଣ ମେକ୍ସିକୋ ଏବଂ ଗୁଆଟେମାଲା ସୀମାନ୍ତରେ ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅନୁଯାୟୀ, ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୩ ରେକର୍ଡ କରାଯାଇଛି। ଭୂମିକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ମେକ୍ସିକୋ ସିଟିଠାରୁ ଆରମ୍ଭ କରି ଏଲ୍ ସାଲଭାଡୋର ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଥରି ଉଠିଛି। ଭୟରେ ଲୋକମାନେ ଘରୁ ବାହାରକୁ ଚାଲିଆସିଛନ୍ତି । ଏହି ପ୍ରଳୟଙ୍କରୀ ଭୂମିକମ୍ପ ପରେ ଏବେ ଅତି ବିପଜ୍ଜନକ ସୁନାମି ସତର୍କତା ଜାରି କରାଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଚିଆପାସ୍ ଉପକୂଳ ନିକଟ ଆକ୍ୱିଲ୍ସ ସେରଡାନ୍ ଠାରୁ ୪୮ କିଲୋମିଟର ଦକ୍ଷିଣ-ପଶ୍ଚିମରେ, ଭୂପୃଷ୍ଠରୁ ପ୍ରାୟ ୧୫ କିଲୋମିଟର ଗଭୀରତାରେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *