ନେପାଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ, ହଜାରେ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୦୩/୦୯: ନେପାଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି। ବନ୍ୟାର ତାଣ୍ଡବଲୀଳା ମଧ୍ୟରେ ପ୍ରତିଦିନ ମୃତକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଉଦ୍ଧାରକାରୀ ଟିମ୍ ଦିନରାତି କାଦୁଅ ଓ ଭଗ୍ନାବଶେଷ ମଧ୍ୟରୁ ପ୍ରତିଦିନ ଶହ ଶହ ମୃତଦେହ ଖୋଳି ବାହାର କରୁଛନ୍ତି। ଏହି ଭୟଙ୍କର ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ହଜାରେ ଟପିଛି ।ନେପାଳ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ବନ୍ୟା ଓ ଭୂସ୍ଖଳନ ପ୍ରଭାବରେ ଏବେବି ପ୍ରାୟ ୪ ହଜାର ୪୭୧ ଜଣ ଲୋକ ନିଖୋଜ ଅଛନ୍ତି। ବହୁ ଘରଦ୍ୱାର ଓ ରାସ୍ତାଘାଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ଉଦ୍ଧାରକାରୀ ଦଳ ନିରନ୍ତର ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

ଅନ୍ୟପଟେ, ବନ୍ୟା ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଚାଲିଛି। ଆଜି ସୁଦ୍ଧା ୧୧ ହଜାରରୁ ଅଧିକ ଲୋକଙ୍କୁ ବିପଦସଙ୍କୁଳ ଅବସ୍ଥାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Leave a Reply

Your email address will not be published. Required fields are marked *