ଭୁବନେଶ୍ୱର,୦୯/୧୦: ଓଡ଼ିଶା ସରକାରଙ୍କ ସୋସିଆଲ ମିଡିଆ ବହୁ ପଛରେ। ଅନ୍ୟ ରାଜ୍ୟ ଆଗରେ ଥିବା ବେଳେ ଓଡ଼ିଶା ପଛରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଆଉ ତାପରେ ପରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୋସିଆଲ ମିଡିଆ ପାଠଶାଳା। ସରକାର ସାମାଜିକ ଗଣମାଧ୍ୟମ ଉପରେ ଫୋକସ୍ କରିବାକୁ ଦେଇଛନ୍ତି ରୋଡମ୍ୟାପ୍। ବର୍ତ୍ତମାନ ହେଉଛି ସୋସିଆଲ ମିଡିଆର ଯୁଗ। ଫେସବୁକ୍, ଇନଷ୍ଟା, ଏକ୍ସକୁ ଗୁରୁତ୍ବ ଦେଉଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ସୂଚନା ସେବା ଓ ସୋସିଆଲ ମିଡିଆ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ବହୁ ପଛରେ ଥିବା କଥା, ଖୋଦ୍ ପ୍ରଧାନମନ୍ତ୍ରୀ ନୋଟିସ୍ କରିଛନ୍ତି। ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକ ସମ୍ପର୍କ ବିଭାଗର ଅଧିକାରୀଙ୍କ କାମ କେବଳ ପ୍ରେସ ବିଜ୍ଞପ୍ତି ଦେବା ନୁହେଁ। ସରକାର ଓ ଲୋକଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବା ପ୍ରମୁଖ ଦାୟିତ୍ୱ।