ନୂଆଦିଲ୍ଲୀ,୧୧/୧୦: ଦିଲ୍ଲୀରେ ଆଜି ପୁଣି ଜୋରଦାର ହୋଇପାରେ ସିଜେପିର ଆନ୍ଦୋଳନ । ଜନ୍ତରମନ୍ତରରେ ପୁଣିଥରେ ପ୍ରତିବାଦ କରିପାରନ୍ତି ସିଜେପି ସମର୍ଥକ। ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପ୍କେଙ୍କ ସମେତ ପ୍ରାୟ ୪ ହଜାର ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି । ଅଭିଜିତ ଅଟକ ରହିବା ପରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ଆଜିଙ୍କ୍ୟ ସିନ୍ଦେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଇସ୍ତଫା ନଦେବା ପର୍ଯ୍ୟନ୍ତ ସିଜେପିର ଆନ୍ଦୋଳନ ଜାରି ରହିବ । ସଂଗଠନ ପକ୍ଷରୁ ପୁଣି ଜନ୍ତରମନ୍ତରରେ ପ୍ରତିବାଦ କରାଯିବ ବୋଲି ସେ କହିଛନ୍ତି । ଏହି ବୟାନ ପରେ ଆଜି ପୁଣି ଦିଲ୍ଲୀରେ ସିଜେପିର ବିକ୍ଷୋଭ ହେବା ନେଇ ଆଶଙ୍କା ବଢ଼ିଛି । ଗତକାଲି ସିଜେପି ସହ ଅନେକ ଛାତ୍ର ସଂଗଠନ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ ।