ନୂଆଦିଲ୍ଲୀ,୧୦/୧୧: ବିମୁଦ୍ରାକରଣକୁ ୧୦ ବର୍ଷ ପୂର୍ତ୍ତିର ଗୋଟିଏ ଦିନ ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ। ଦୁର୍ନୀତି ଓ ଭଷ୍ଟ୍ରାଚାର ରୋକିବାକୁ ରଦ୍ଦ କରାଯାଉ ୫୦୦ ଟଙ୍କିଆ ନୋଟ୍। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ସୋମବାର ଦିନ ୫୦୦ ଟଙ୍କିଆ ନୋଟକୁ ବିମୁଦ୍ରୀକରଣ ପାଇଁ ତାଙ୍କର ଦାବିକୁ ଦୋହରାଇଛନ୍ତି। ସେ ଯୁକ୍ତି ବାଢ଼ିଛନ୍ତି ଯେ ନଗଦ କାରବାରକୁ ଛୋଟ ମୂଲ୍ୟରେ ସୀମିତ ରଖିବା ଏବଂ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଦ୍ୱାରା ଦୁର୍ନୀତି ଉପରେ ରୋକ୍ ଲଗାଯାଇପାରିବ। ପୂର୍ବରୁ ମଧ୍ୟ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରାଯାଇଥିବା ଡିଜିଟାଲ ମୁଦ୍ରା ସମ୍ପର୍କିତ ଏକ ରିପୋର୍ଟରେ ଏନେଇ ପ୍ରସ୍ତାବ ଦେଇଥିଲେ। ଏହି ପରିବର୍ତ୍ତନ ପାଇଁ ଆଗକୁ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ସେ ଦାବି କରିବେ ବୋଲି କହିଛନ୍ତି। ଉଚ୍ଚ ମୂଲ୍ୟର ନୋଟଗୁଡ଼ିକୁ ବିମୁଦ୍ରୀକରଣ କରାଇବା ଦ୍ୱାରା ଦୁର୍ନୀତିପୂର୍ଣ୍ଣ କାର୍ୟ୍ୟକଳାପ ପାଇଁ ବହୁ ପରିମାଣର ନଗଦ ବ୍ୟବହାର କରିବା କଷ୍ଟକର ହୋଇଯିବ। ସେ ଆର୍ଥିକ ସୁଯୋଗକୁ ଉନ୍ନତ କରିବାରେ ପ୍ରଯୁକ୍ତିର ଗୁରୁତ୍ୱକୁ ମଧ୍ୟ ଜୋର୍ ଦେଇଛନ୍ତି।