ଆସନ୍ତାକାଲି ଲୋକଭବନରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ଡକ୍ଟର ବ୍ରଜମୋହନ ରାମ

ଭୁବନେଶ୍ୱର,୧୭/୧୦: ଭୁବନେଶ୍ୱର ବିମାନବନ୍ଦରରେ ନବନିଯୁକ୍ତ ରାଜ୍ୟପାଳ ଡକ୍ଟର ବ୍ରଜମୋହନ ରାମଙ୍କୁ ପହଁଚିବା ପରେ ଗାର୍ଡ ଅଫ୍ ଅନର ସହ ଭବ୍ୟ ସ୍ୱାଗତ କରାଯାଇଛି । ଆସନ୍ତାକାଲି ଲୋକଭବନରେ ରାଜ୍ୟପାଳ ଭାବେ ସେ ଶପଥ ଗ୍ରହଣ କରିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଅନ୍ୟପଟେ ନୂଆ ରାଜ୍ୟପାଳଙ୍କ କାର୍ଯ୍ୟକାଳରେ ରାଜ୍ୟର କେଉଁ କ୍ଷେତ୍ରକୁ ଗୁରୁତ୍ୱ ମିଳିବ ଏବଂ ତାଙ୍କ ଆଗରେ କେଉଁ ଚ୍ୟାଲେଞ୍ଜ ରହିବ, ତାକୁ ନେଇ ଚର୍ଚ୍ଚା ବଢ଼ିଛି। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବା ପାଇଁ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ମୁଖ୍ୟ ଶାସନ ସଚିବଙ୍କ ସମେତ ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ। ବିମାନବନ୍ଦରରେ ତାଙ୍କୁ ଗାର୍ଡ ଅଫ୍ ଅନର ସହ ସମ୍ବର୍ଦ୍ଧିତ କରାଯାଇଥିଲା ।ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ପରିବାର ସହ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ରବିବାର ସକାଳ ୧୧ଟାରେ ଲୋକଭବନର ନୂଆ ଅଭିଷେକ ହଲ୍‌ରେ ତାଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏହି ସମାରୋହରେ ଝାଡ଼ଖଣ୍ଡରୁ ପ୍ରାୟ ୩୦୦ ଅତିଥିଙ୍କ ସମେତ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *