ଭୁବନେଶ୍ୱର,୨୩/୦୬: ବୋର୍ଡ ଓ ନିଗମ ନିଯୁକ୍ତି ସହ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିବାବେଳେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବୋର୍ଡ ଓ ନିଗମ ନିଯୁକ୍ତିକୁ ନେଇ କୌଣସି ବିବାଦ ନଥିବା ସହ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ବୋର୍ଡ ଓ ନିଗମ ନିଯୁକ୍ତିକୁ ନେଇ ଦ୍ୱନ୍ଦ୍ୱର ଅବକାଶ ନାହିଁ । ଠିକ୍ ସମୟରେ ସରକାର ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହୋଇଥିଲେ ମଧ୍ୟ ସରକାରୀ କାର୍ଯ୍ୟରେ କୌଣସି ପ୍ରଭାବ ପଡ଼ିନଥିବା ସେ କହିଛନ୍ତି । ତାଙ୍କ କହିବା ଅନୁସାରେ, ବୋର୍ଡ ଓ ନିଗମରେ ନିଯୁକ୍ତି ନ ହେବା ଯୋଗୁଁ କୌଣସି କାମ ଅଟକି ରହିନାହିଁ ଏବଂ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗରେ ମଧ୍ୟ ଦଳ ଓ ସରକାର ସମୟୋପଯୋଗୀ ନିଷ୍ପତ୍ତି ନେବେ ବୋଲି ସେ ସୂଚନା ଦେଇଛନ୍ତି ।