ଆସାମରେ ରିଲିଫ୍ ଓ ପୁନର୍ବାସ ପାଇଁ ୫ କୋଟି ଟଙ୍କାର ସହାୟତା ଘୋଷଣା

ନୂଆଦିଲ୍ଲୀ,୦୯/୦୮: ଆଜି ବନ୍ୟା ପ୍ରଭାବିତ ଆସାମରେ ରିଲିଫ୍ ଓ ପୁନର୍ବାସ ପାଇଁ ୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ। ସେ କହିଛନ୍ତି ଯେ, ତାଙ୍କ ରାଜ୍ୟର ଲୋକମାନେ ପ୍ରାକୃତିକ ବିପର୍ୟ୍ୟୟ ଦ୍ୱାରା ପ୍ରଭାବିତ ଆସାମ ଲୋକଙ୍କ ସହିତ ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଫୋନ ମାଧ୍ୟମରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସହିତ କଥା ହୋଇଥିଲେ ଓ ବନ୍ୟା ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ। ସେ ବନ୍ୟା ପ୍ରଭାବିତ ଆସାମ ଲୋକଙ୍କ ସମସ୍ୟା ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ଓ ଏପରି କଷ୍ଟକର ସମୟରେ ଛତିଶଗଡ଼ର ଲୋକ ସେମାନଙ୍କ ସହିତ ଅଛନ୍ତି ବୋଲି କହିଛନ୍ତି।

ଛତିଶଗଡ଼ ସରକାର ଆସାମରେ ବନ୍ୟା ଓ ପୁନର୍ବାସ ସହାୟତା ବାବଦରେ ୫ କୋଟି ଟଙ୍କାର ସହାୟତା ପ୍ରଦାନ କରିବାକୁ ସ୍ଥିର କରିଛନ୍ତି। ଏହାଦ୍ବାରା ଆସାମ ରାଜ୍ୟ ସରକାର ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ ପ୍ରଦାନ କରିପାରିବେ।

Leave a Reply

Your email address will not be published. Required fields are marked *