ନୂଆଦିଲ୍ଲୀ,୨୦/୦୮: ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ସେ କହିଛନ୍ତି, ଯଦି କେହି ସରକାରୀ ଚାକିରିଆ ଛାଡ଼ପତ୍ର ନଦେଇ ଦ୍ବିତୀୟ ବିବାହ କରେ ତାହେଲେ ୨୦ ପ୍ରତିଶତ ଦରମା କଟିବ। ଏବେ ଅନେକ ଲୋକ ନୈତିକ ଭାବେ ବିବାହ କରୁଥିବା ଘଟଣା ସାମ୍ନାକୁ ଆସିବା ପରେ ଆସାମ ହିମନ୍ତ ସରକାର ଏଭଳି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମା କହିଛନ୍ତି , ଏପରି ପରିସ୍ଥିତିରେ, ସରକାର କର୍ମଚାରୀଙ୍କ ଦରମାରୁ ୨୦ ପ୍ରତିଶତ କାଟି ପ୍ରଥମ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ , ଏହି ପଦକ୍ଷେପ ବିଷୟରେ ବିଚାର କରାଯାଉଛି କାରଣ ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ କର୍ମଚାରୀମାନେ ଛାଡପତ୍ର ଦେବା ଆଗରୁ ଦ୍ବିତୀୟ ବିବାହ କରିଦେଉଛନ୍ତି । ଯାହା ଗୋଟେ ପରିବାରକୁ ଛାରଖାର କରିଦେଉଛି ।
ହିମନ୍ତ ବିଶ୍ବଶର୍ମା କହିଛନ୍ତି , ମାମଲା କୋର୍ଟରେ ଥିବା ପର୍ଯ୍ୟନ୍ତ ଦରମା କାଟ ଜାରି ରହିପାରିବ, ଯାହା ଦ୍ଵାରା ପ୍ରଥମ ପତ୍ନୀଙ୍କୁ ଆଇନଗତ ପ୍ରକ୍ରିୟା ସମାପ୍ତ ହେବା ପର୍ଯ୍ୟନ୍ତ ଆର୍ଥିକ ସହାୟତା ବିନା ଅପେକ୍ଷା କରିବାକୁ ପଡିବ ନାହିଁ ।