ନୂଆଦିଲ୍ଲୀ, ୨୩/୦୮: ସୀମା ବିବାଦର ସମାଧାନ ପାଇଁ ଆସନ୍ତାକାଲି ଚୀନ୍ ଗସ୍ତ କରିବେ ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ । ବେଜିଂରେ ଚୀନ୍ର ବିଦେଶ ମନ୍ତ୍ରୀ ତଥା ସ୍ପେଶାଲ ରିପ୍ରେଜେଣ୍ଟେଟିଭ୍ ୱାଙ୍ଗ୍ ୟିଙ୍କ ସହ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଅଗଷ୍ଟ ୨୫ ତାରିଖରେ ଦୁଇ ଦେଶର ସ୍ପେଶାଲ ରିପ୍ରେଜେଣ୍ଟେଟିଭ୍ଙ୍କ ମଧ୍ୟରେ ସୀମା ପ୍ରସଙ୍ଗରେ ୨୫ତମ ପର୍ଯ୍ୟାୟ ଆଲୋଚନା ହେବ । ଏଥିରେ ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ଶାନ୍ତି ଓ ସ୍ଥିରତା ସହ ସୀମା ବିବାଦର ସମାଧାନ ନେଇ ଆଲୋଚନା ହେବା ସମ୍ଭାବନା ରହିଛି । ଭାରତ-ଚୀନ୍ ମଧ୍ୟରେ ପ୍ରାୟ ୩,୪୮୮ କିଲୋମିଟର ଲମ୍ବା ସୀମାକୁ ନେଇ ଦୀର୍ଘଦିନ ଧରି ବିବାଦ ରହିଛି ।