ଭୁବନେଶ୍ୱର,୩୧/୦୮: ଶ୍ରୀମନ୍ଦିର ନାଟମଣ୍ଡପରେ ଭକ୍ତଙ୍କ ଭିଡ଼ ସମୟରେ ଗରମ ଓ ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି । ଆଜିଠାରୁ ନାଟମଣ୍ଡପରେ କାର୍ଯ୍ୟକ୍ଷମ ହୋଇଛି ବାତାନୁକୂଳ ବ୍ୟବସ୍ଥା । ସମ୍ପୂର୍ଣ୍ଣ ନାଟମଣ୍ଡପକୁ ସେଣ୍ଟ୍ରାଲ୍ ଏୟାରକଣ୍ଡିସନିଂ ବ୍ୟବସ୍ଥାରେ ରଖାଯାଇଛି । ଫଳରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଅଧିକ ଆରାମଦାୟକ ପରିବେଶରେ ଦର୍ଶନ କରିପାରିବେ । ପୂର୍ବରୁ ନାଟମଣ୍ଡପରେ ପ୍ରବଳ ଭିଡ଼ ସମୟରେ ଭକ୍ତମାନେ ଗରମ ଓ ଗୁଳୁଗୁଳିରେ ଅଣନିଶ୍ୱାସୀ ହୋଇପଡ଼ୁଥିଲେ। ଏବେ ଏସି ବ୍ୟବସ୍ଥା ଆରମ୍ଭ ହେବା ପରେ ଭକ୍ତଙ୍କୁ ଏହି ସମସ୍ୟାରୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି । ଏହା ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାରେ ମଧ୍ୟ ସହାୟକ ହେବ ବୋଲି ଭକ୍ତମାନେ କହିଛନ୍ତି । ନୀତିକାନ୍ତିକୁ ଦୃଷ୍ଟିରେ ରଖିବା ସହ ଜାତୀୟ ଐତିହ୍ୟ ଦୃଷ୍ଟିରୁ ଏଏସଆଇର ନିୟମକୁ ଅନୁପାଳନ କରି ନାଟମଣ୍ଡପକୁ ବାତାନୁକୂଳ କରାଯାଇଛି । ୫ ବର୍ଷର ଅପରେସନ୍ ଓ ମେଣ୍ଟେନାନ୍ସ ବ୍ୟବସ୍ଥା ସହ ଭିଆରଏଫ୍ ଭଳି ଏୟାରକଣ୍ଡିସନିଂ ସିଷ୍ଟମ୍ ଲଗାଯାଇଛି ।