ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡାକିବା ନେଇ ତାରିଖ ଘୋଷଣା କଲେ ସରକାର

ନୂଆଦିଲ୍ଲୀ, ୨୬/୧୧: ସଂସଦର ଉଭୟ ସଦନର କାର୍ଯ୍ୟବିଧି ପୁଣି ଆରମ୍ଭ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ଏନେଇ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡାକିବା ନେଇ ଘୋଷଣା କରିଛନ୍ତି ସରକାର । ଜରୁରୀ ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ଲୋକସଭା ଓ ରାଜ୍ୟସଭାକୁ ପୁନଃ ଡକାଇବା ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନଙ୍କୁ ଅନୁରୋଧ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ । ରିଜିଜୁଙ୍କ ସୂଚନା ଅନୁସାରେ, ଆସନ୍ତା ନଭେମ୍ବର ୩୦ ତାରିଖରେ ଲୋକସଭାର ବୈଠକ ଏବଂ ଡିସେମ୍ବର ୨ ତାରିଖରେ ରାଜ୍ୟସଭାର ବୈଠକ ଡକାଇବାକୁ ସରକାର ଅନୁରୋଧ କରିଛନ୍ତି । ତେବେ ୩ ତାରିଖରେ ଉଭୟ ଗୃହର କାର୍ଯ୍ୟ ସମାପ୍ତ ହୋଇପାରେ । ଅତ୍ୟାବଶ୍ୟକ ସରକାରୀ କାର୍ଯ୍ୟ ସମ୍ପାଦନ ହିଁ ଏହି ପୁନଃ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *